BREAKING
Loading...
:

ବିଶ୍ଵ ଏଡ଼ସ ଦିବସ ପାଳିତ


ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live)୦୧.୧୨.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ତରଫରୁ ବିଦ୍ୟାଳୟ ପରିସରରେ ବିଶ୍ଵ ଏଡ଼ସ ଦିବସ  ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଏଡ଼ସ୍ କିପରି ରୋକା ଯାଇ ପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ପ୍ରାଧ୍ୟାପକ ଲୋକନାଥ ମହାନ୍ତି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଡ଼ଃ ଜୟଦେବ ଗୌଡ଼, ସମ୍ମାନିତ ବକ୍ତା ଭାବେ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଭାସ୍କର ଗୌଡ଼, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନା ସହ ସଂଯୋଜକ ଅଧ୍ୟାପକ ଶ୍ରୀଯୁକ୍ତ ସୁନିଲ୍ କୁମାର ମୁନି, ଅତିଥି ଭାବେ ପ୍ରାଧ୍ୟାପକ ସୁଧାଂଶୁ ରଞ୍ଜନ ଦାସ, ଅଧ୍ୟାପକ ରାଧା ମାଧବ ପ୍ରଧାନ ଓ ଅଧ୍ୟାପିକା ଆରତୀ ମହାପାତ୍ର, ସୁଶ୍ରୀ ଆସ୍ମା ନନ୍ଦ ଯୋଗ ଦେଇ ଏଡ଼ସ ସମ୍ପର୍କରେ ନିଜର ବକ୍ତବ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଡି.ଇ.ଓ ସରୋଜ କୁମାର ନାୟକ ଓ ସ୍ୱେଚ୍ଛାସେବୀ ଗୋପାଳ ପାତ୍ର, ମନୋଜ କୁମାର ପ୍ରଧାନ, ଦୁତିକୃଷ୍ଣ ଭୋଇ, ସନ୍ତୋଷ ପ୍ରଧାନ, ରାହୁଲ ନାୟକ, କ୍ରିଷ୍ଣା ପ୍ରଧାନ, ଅଙ୍କିତା ଡାକୁଆ, ପ୍ରୀତି ମୁଲି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସୁଶ୍ରୀ ସୁନୀତା ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

أحدث أقدم
Header ADS