BREAKING
Loading...
:

ଜଗନ୍ନାଥ ପ୍ରସାଦ ସବ ପୋଷ୍ଟ ଅଫିସ ସମୂଖ ରେ ଗ୍ରାମୀଣ ଡାକ ସେବକ ମାନଙ୍କ ଧର୍ମଘଟ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)କେନ୍ଦ୍ର ସରକାର ଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଅଖିଳ ଭାରତ ଡାକ ସେବକ ସଂଘ ର ଆହ୍ୱାନ କ୍ରମେ ମିଳିତ କ୍ରିୟାନୁଷ୍ଠାନ କମିଟି ଗ୍ରାମୀଣ ଡାକ ସେବକ ସଂଘ ଓଡ଼ିଶା ପରିମଣ୍ଡଳ ଡ଼ାକରାରେ ଗ୍ରାମୀଣ ଡାକ ସେବକ ମାନେ ସାରା ଦେଶରେ  10 ଦଫା ଦାବୀ ନେଇ ଡିସେମ୍ବର 12 ତାରିଖ ଠାରୁ  ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଚଳେଇ ଛନ୍ତି,, ଏହା ପରିପେଖିରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ସବ ପୋଷ୍ଟ ଅଫିସ ଅଧିନ ରାଉତି, କାଦୁଆ, ଛାମୁଣ୍ଡା, ପଞ୍ଚଭୂତି, କୁମ୍ପାପଡା,କୁମୁଣ୍ଡି, ସମ୍ବରବନ୍ଧ, କାଦପଡା,ଅଳସୁ, ବନ୍ତ।,ଗଣ୍ଡାଧର,ଶାଖା ପୋଷ୍ଟ ଅଫିସ କର୍ମଚାରୀ ମାନେ ନିଜ ନିଜର କାର୍ଯ୍ୟାଳୟ ବନ୍ଦ କରି ଜଗନ୍ନାଥ ପ୍ରସାଦ ସବ ପୋଷ୍ଟ ଅଫିସ ଆଗରେ ଧାରଣା ରେ ବସିଛନ୍ତି, ଫଳରେ ଡାକ ସେବା ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି। ଗ୍ରାମୀଣ ଡାକ ସେବକ ମାନଙ୍କ କାର୍ଯ୍ୟ ସମୟ ୮ ଘଣ୍ଟା କରିବା, ଚନ୍ଦ୍ରା କମିଟି ସୁପାରିଶ କୁ କାର୍ଯ୍ୟକରି କରି ୧୨ ବର୍ଷ, ୨୪ ବର୍ଷ ଏବଂ ୩୬ ବର୍ଷ କାର୍ଯ୍ୟ କରିଥିବା କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରିବା,5 ଲକ୍ଷ ଟଙ୍କା ର ଗ୍ରାଚୁୟୁଟି  ପ୍ରଦାନ,5 ଲକ୍ଷ ଟଙ୍କା ର ବୀମା  ପ୍ରଦାନ, ବେସରକାରୀ କରଣ ବନ୍ଦ କରିବା, ପେନସନ ପ୍ରଦାନ, ସମସ୍ତ କର୍ମଚାରୀ ଙ୍କୁ ଓ ତାଙ୍କ ପରିବାରଙ୍କୁ ଚିକିତ୍ସା ସୁବିଧା ପ୍ରଦାନ ,180 ଦିନ ର ଛୁଟି ବ୍ୟବସ୍ଥା, ଅନ୍ୟ  କାର୍ଯ୍ୟ ରେ ନିୟୋଜିତ ନ କରିବା ପାଇଁ ଦାବି କରି ଗ୍ରାମୀଣ ଡାକ ସେବକ ମାନେ ଅନିର୍ଦ୍ଦିଷ୍ଟ ଧର୍ମଘଟ କରୁଛନ୍ତି। ରଞ୍ଜନ କୁମାର ନାୟକ, ପ୍ରତାପ ଚନ୍ଦ୍ର ତ୍ରିପାଠୀ,ରବୀନ୍ଦ୍ର ମହାନ୍ତି,ଲଷ୍ମୀ ନାରାୟଣ ଡାକୁଆ,ସନ୍ତୋଷ କୁମାର ସାହୁ,ନିବେଦିତା ପାଢ଼ୀ, କିରଣ ବାଳା ଚୌଧୁରୀ, ସ୍ୱପ୍ନା ରାଣୀ ଜାନୀ,କୃଷ୍ଣଚନ୍ଦ୍ର ନାୟକ, ଶଙ୍କର ନାୟକ, ନିର୍ମଳ କୁମାର ସାହୁ,ପୀତବାସ ପ୍ରଧାନ, ସୁଶାନ୍ତ କୁମାର ସଢଙ୍ଗୀ, କେତନ କୁମାର ସାହୁ,ସୀମାଞ୍ଚଳ ପଣ୍ଡା, ତାପସ କୁମାର ରଥ, ହରିହର ସାହୁ, ଜୟସାଗର ପ୍ରଧାନ, ବଇଁଶୀଧର ପ୍ରଧାନ, ଅଦିକନ୍ଦ ଦାସ, ସୁମନ ମଲ୍ଲିକ, ନାରାୟଣ ନାୟକ ପ୍ରମୁଖ ଜଗନ୍ନାଥ ପ୍ରସାଦ ସବ ପୋଷ୍ଟ ଅଫିସ ଆଗରେ ଧାରଣା ରେ ବସିଛନ୍ତି।

Post a Comment

أحدث أقدم
Header ADS