BREAKING
Loading...
:

ଜଗନ୍ନାଥ ପ୍ରସାଦ ର ପାଇକ ସାହି ରେ ୨୪ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଶୁଭଖୁଣ୍ଟି ସ୍ଥାପନ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ  ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ର ପାଇକ ସାହି ରେ ଆସନ୍ତା ତିଳ ସପ୍ତମୀ ପରିପ୍ରେକ୍ଷୀରେ ୨୦୨୪ ମସିହା ଫେବ୍ରୁଆରୀ ୧୬,୧୭,ଓ ୧୮ ରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ,ଘୃତଯଜ୍ଞ,ଓ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।୧୫ ତାରିଖରେ ଅଧିବାସ ଓ ୧୯ତାରିଖରେ ବିସର୍ଜନ କାର୍ଯ୍ୟକ୍ରମ ସ୍ଥିର ହୋଇଛି।ସମସ୍ତ କାର୍ଯ୍ୟକ୍ରମ ର ସୁପରିଚାଳନା ପାଇଁ ସାହି ର ୧୨ ଜଣଙ୍କୁ ନେଇ ମୁଖ୍ୟ କମିଟି ମଧ୍ଯ ଗଠନ କରା ଯାଇଛି।ସେଥି ମଧ୍ୟରେ ସାମ୍ବାଦିକ ତଥା ଓକିଲ ଶ୍ରୀ ନିରାକାର ସାହୁ(ସଭାପତି),ଜିଲ୍ଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଶ୍ରୀ ବିରୂପାକ୍ଷ ସେଠୀ(ସମ୍ପାଦକ),ସମିତିସଭ୍ୟ ଶ୍ରୀ ଯୁଧିଷ୍ଠିର ସେଠୀ(କୋଷାଧ୍ୟକ୍ଷ),ଓ ଶ୍ରୀ ରଞ୍ଜନ ନାୟକ,ଶ୍ରୀ ରାମନାଥ ଶିଖର,ଶ୍ରୀ ଲଡୁ କିଶୋର ମାଝୀ,ଶ୍ରୀ ଭାବନୀ ଶଙ୍କର ମାଝୀ, ଶ୍ରୀ ମନ୍ମଥ ମହାନ୍ତି,ଶ୍ରୀ ରଞ୍ଜନ ସାହୁ, ଶ୍ରୀ ବସନ୍ତ କୁମାର ନାୟକ, ଶ୍ରୀ ସୀମାଞ୍ଚଳ ମହାନ୍ତି, ଓ ଶ୍ରୀ ଅବକାଶ ବେହେରା, ପ୍ରମୁଖ ରହିଛନ୍ତି।ସାହିରେ ପ୍ରଥମ ଥର ଭାବେ ଏପରି କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇ ଥିବାରୁ ଯୁବ ଗୋଷ୍ଠି, ଓ ସମସ୍ତ ସାହି ବାସିନ୍ଦା ବେଶ ଉଚ୍ଚାହ ସହକାରେ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଲାଗି ପଡିଛନ୍ତି।

Post a Comment

أحدث أقدم
Header ADS