ଆସିକା (ନୀଳଚକ୍ର Live)ସ୍ଥାନୀୟ ଚିନିଶିଳ୍ପ ନୂଆଗାଁ ଛକ ସ୍ଥିତ "ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ, ଓଡିଶା "ର କାର୍ଯ୍ୟାଳୟ ପରିସରରେ ଚଳିତ ବର୍ଷର ଶେଷ ସାହିତ୍ୟ ଆସର କବିତା ପାଠ ଉତ୍ସଵ ବରିଷ୍ଠ ଶିକ୍ଷାବିତ ଶ୍ରୀ ବଂଶୀଧର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି | ପୁରୁଣା ବର୍ଷ କୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ୱାଗତ କରିବା ସହ ସ୍ମୃତିବହୁଳ ଅତୀତକୁ ରୋମନ୍ଥନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ପରିଷଦର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମର ମଲ୍ଲ |
ସାମ୍ପ୍ରତିକ ସାହିତ୍ୟର ପାଣିପାଗ ସମ୍ପର୍କରେ ଦୀକ୍ଷାନ୍ତ ଆଲୋଚନା ରଖିଥିଲେ ନିମନ୍ତ୍ରିତ ମୁଖ୍ୟ ଅତିଥି ସାହିତ୍ୟିକ ତଥା ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀ ଅନ୍ନଦା ତ୍ରିପାଠୀ, ମୁଖ୍ୟ ବକ୍ତା ତଥା ସାରସ୍ୱତ ସାଧକ ଶ୍ରୀ ଅରବିନ୍ଦ ପଣ୍ଡା,ବିଶିଷ୍ଟ ଅତିଥି ତଥା ପ୍ରଚଣ୍ଡ ବାଗ୍ମୀ ଶ୍ରୀ ବିଭୁତି ଭୂଷଣ ମିଶ୍ର ଓ ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଶ୍ରୀ ବିଘ୍ନରାଜ ପଣ୍ଡା | ଅଂଶଗ୍ରହଣ କରିଥିବା ଚାଳିଶି ଜଣ କବି ଶୀତ, ମିତ, ଓ ଗୀତ ଉପରେ ଆଧାରିତ ନିଜ ନିଜର ରଚିତ କବିତା ପାଠ କରିଥିଲେ! ଶୁଭଶଙ୍ଖ ପତ୍ରିକାର ସମ୍ପାଦକ କବି ଶ୍ରୀ ରାଜୀବ ଲୋଚନ ପାଣିଗ୍ରାହୀ କବିତା ଆସରକୁ ସଂଯୋଜନା କରିଥିଲେ |ଶେଷରେ ପରିଚାଳନା ସମ୍ପାଦକ ବୁଦ୍ଧିରାମ ନାହାକ ସୁନ୍ଦର ଏବଂ ସାବଲୀଳ ଭାବରେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ଉତ୍ସବକୁ ସାଙ୍ଗ କରିଥିଲେ |

إرسال تعليق