ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରେ ମିଶନ ଶକ୍ତି କାଫେ କୁ ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିଛନ୍ତି। BLF ଦ୍ୱାରା ପରିଚାଳିତ ମିଶନ ଶକ୍ତି କାଫେ ବହୁତ ସୁନ୍ଦର ପରିବେଶ ଓ ଉତ୍ତମ ସାଜସଜ୍ଜା ରେ ନିର୍ମିତ ହୋଇ ଥିବାରୁ ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଥିଲେ।
ମିଶନ ଶକ୍ତି କାଫେ ର ଉଦଘାଟନ ଉଛବ ରେ ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ ଅଧକ୍ଷତା କରି କହିଥିଲେ ଯେ ମିଶନ ଶକ୍ତି କାଫେ ରେ ମାଆ ମାନଙ୍କ ଦ୍ୱାରା ସ୍ୱାଦିଷ୍ଟ ଖାଦ୍ୟ ମିଳିବ ଯାହା କି ଅଞ୍ଚଳ ବାସୀ ଆରାମ ରେ ବସି କମ ମୂଲ୍ୟ ରେ ଖାଦ୍ୟ ଖାଇ ପାରିବେ।
ମିଶନ ଶକ୍ତି କାଫେ ଓଡ଼ିଶା ସରକାରଙ୍କ ଏକ ସଫଳ ଯୋଜନା ବୋଲି ଜଗନ୍ନାଥ ପ୍ରସାଦ ବ୍ଲକ ବିଡ଼ିଓ ଆଶ୍ୱିନୀ କୁମାର ମହାପାତ୍ର ଉଦଘାଟନ ଉଛବ ରେ ମତବ୍ୟକ୍ତ କରିଥିଲେ।ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ମାନସୀ ସେଠି, ନିଜ ନିଜ ବକ୍ତବ୍ୟ ରଖିଥିଲେ।ସିଡ଼ିପିଓ ଦର୍ଶନୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ,ଓ ଜଗନ୍ନାଥ ପ୍ରସାଦ ବ୍ଲକ ମିଶନ ଶକ୍ତି ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସୀତା ବରାଳ ,BPM ବିବେକାନନ୍ଦ ମହାପାତ୍ର ,ସୂର୍ଯ୍ୟ ନାରାୟଣ ପ୍ରଧାନ, ସମେତ ବହୁ mbk, crp ବ୍ଳକ,ଓ ମିଶନ ଶକ୍ତି କର୍ମଚାରୀ ଯୋଗ ଦେଇଥିଲେ।ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ଅରୁଣ କୁମାର ସିଂ ଆଇନ ଶୃଙ୍ଖଳା ପରିଚାଳିତ କରିଥିଲେ।
إرسال تعليق