BREAKING
Loading...
:

କୋରାପୁଟ ର ସୁଯୋଗ୍ୟ ସନ୍ତାନ ଶୁଭାଶିଷ ରଥ:ଇଣ୍ଡିଆନ୍ ଆର୍ମୀର ଲେଫ୍ଟନାଣ୍ଟ ପଦବୀ ପାଇଁ ମନୋନୀତ


କୋରାପୁଟ(ନୀଳଚକ୍ର Live) ଇଣ୍ଡିଆନ୍ ଆର୍ମୀର ଲେଫ୍ଟନାଣ୍ଟ ପଦବୀ ପାଇଁ ମାତ୍ର ୨୧ ବର୍ଷ ରେ ମନୋନୀତ ହୋଇଛନ୍ତି ଶୁଭାଶିଷ ରଥ।ଓଡ଼ିଶାରୁ ମାତ୍ର ଜଣେ ଓ ସର୍ବ ଭାରତୀୟ ସ୍ତରରେ ସେ ରାଙ୍କ୍ ୧୯ ରେ କୃତକାର୍ଯ୍ୟ ହୋଇଛନ୍ତି।କୋରାପୁଟ ର ସରକାରୀ ମହାବିଦ୍ୟାଳୟରେ ପଢି NCC କ୍ୟାଡରରେ ରହି ଇଣ୍ଡିଆନ୍ ଆର୍ମୀର ଲେଫ୍ଟନାଣ୍ଟ ପଦବୀ ପାଇଁ ମନୋନୀତ ହୋଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।ଓଡ଼ିଶା ରୁ ଜଣେ ମାତ୍ର କୃତକାର୍ଯ୍ୟ ହୋଇ କୋରାପୁଟ ପାଈଁ ଗର୍ବ ଆଣିଛନ୍ତି।ସେ ଭାବନି ନଗର ବାସିନ୍ଦା ଶ୍ରୀ ପତିତପାବନ ରଥ ଓ ପଟାଙ୍ଗୀ ସରକାରୀ SSB Girls High School ର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତି ପୁଷ୍ପାଲତା ରଥ ଙ୍କ ସୁଯୋଗ୍ୟ ସନ୍ତାନ ଅଟନ୍ତି।




ଶୁଭାଶିଷ ତାଙ୍କ ସଫଳତାର ଶ୍ରେୟ ନିଜ ପିତା ମାତାଙ୍କୁ ଦେଇଛନ୍ତି।କୋରାପୁଟ ଜିଲ୍ଲା ର ପ୍ରଥମ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡ଼ଃ. ନାରାୟଣ ମହାନ୍ତି, ଓ କୋରାପୁଟ ସରକାରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୀପକ ପଟ୍ଟନାୟକ,ପ୍ରଫେସର ଡ଼ଃ, ଅଜୟ କୁମାର ବେହେରା,NCC ଅଧିକାରୀ ରାଜେନ୍ଦ୍ର ବରିହା,ସମତେ ବିଭିନ୍ନ ମହଲ ରୁ ତାଙ୍କୁ ଅଭିନନ୍ଦନ ଜଣେଇଛନ୍ତି। DAV College ର ପ୍ରାକ୍ତନ ଛାତ୍ର ଓକିଲ ନିରାକାର ସାହୁ,ପ୍ରାକ୍ତନ ଛାତ୍ରୀ ପୁଷ୍ପାଲତା ନାୟକ, ଶିକ୍ଷୟତ୍ରୀ ଟି. ଅରୁଣା, ଶୈଳବାଳା ଦାସ,ଶଶୀକଳା,ସମେତ ବହୁ ଛାତ୍ର/ଛାତ୍ରୀ ଶୁଭାଶିଷ ଙ୍କୁ ଅଭିନନ୍ଦନ ଜଣେଇଛନ୍ତି, ଓ ସେ କୋରାପୁଟ ଓ ଆମ DAV  College ର ଗର୍ବ ଓ ଗୌରବ ବୋଲି କହିଛନ୍ତି।

Post a Comment

أحدث أقدم
Header ADS