BREAKING
Loading...
:

ଭଞ୍ଜନଗର ର ବରିଷ୍ଠ ଓକିଲ ଏମ.ତାଜ.ଆଦେନି ଙ୍କ ବିୟୋଗ ରେ ଶୋକ


ଭଞ୍ଜନଗର,୨୯/୨(ନୀଳଚକ୍ର Live) ଭଞ୍ଜନଗର ଓକିଲ ସଂଘ  ର ବରିଷ୍ଠ ଆଇନଜୀବି ତଥା  ମାନ୍ୟବର ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ ଙ୍କ କୋର୍ଟ ର ପୁର୍ବତନ ସରକାରୀ ଓକିଲ  ଏମ୍. ତାଜ୍ .ଆଦେନି (୮୦) ଙ୍କ ଆଦେନୀ କଲୋନୀ ବାସଭବନରେ ପରଲୋକ ହୋଇ ଯାଇଛି। ସେ ମଧ୍ୟ ଭଞ୍ଜନଗର ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ।ସେ ଜଣେ ନିର୍ଭୀକ,ପରୋଉପକାରୀ, ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କର ଶେଷ ଦର୍ଶନ କରିଛନ୍ତି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭଂଜନଗର ଏନ୍ ଏ ସି ର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର , ଭଞ୍ଜନଗର ଓକିଲ ସଂଘ ର ସଭାପତି ଅଭିମନ୍ୟୁ ଗୌଡ଼,ସାଂସଦ ପ୍ରତିନିଧି ଦିବାକର ନାୟକ, ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ଆଦେନୀଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ଵର୍ଗତ ଆଦେନୀ ଭଞ୍ଜନଗର ବାର ଆସୋସିଏସନ ର ବିଭିନ୍ନ ପଦ ପଦବୀ ସହ ଦୀର୍ଘ ଦିନ ଧରି ସରକାରୀ ଓକିଲ ଥିଲେ। ଏଥିସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମଧ୍ୟ ଥିଲେ। ବିଜେଡିର ଜଣେ ଜଣାଶୁଣା ନେତା ଭାବେ ପରିଚିତ ଥିଲେ। ସନ୍ଧ୍ୟା ରେଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ସହର ପରିକ୍ରମା କରାଯିବା ସହ କୋର୍ଟ ଏବଂ ଏନ୍ ଏ ସି କାର୍ଯ୍ୟାଳୟକୁ ସର୍ବସାଧାରଣ ଦର୍ଶନ ପାଇଁ ନିଆଯାଇଥିଲା

Post a Comment

أحدث أقدم
Header ADS