BREAKING
Loading...
:

ତାମନାଡ଼ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ "ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ-୨୦୨୪


ଜଗନ୍ନାଥପ୍ରସାଦ (ନୀଳଚକ୍ର Live)  ତାମନାଡ଼ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ "ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ-2024 ମହାସମାରୋହରେ ପାଳିତ ହୋଇଯାଇଛି ! ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଶ୍ରୀମତୀ ସୁନିତା ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହକୁ ଗ୍ରାମ ସଭାପତି ଶ୍ରୀ ସୁବାସ ଚନ୍ଦ୍ର ରଣା ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଆଜ୍ଞାପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କୈଳାଶ ଚନ୍ଦ୍ର ନାୟକ ,

ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସି ଆର ସି ସି ଶ୍ରୀ ମାନସ କୁମାର ତ୍ରିପାଠୀ , ନିମନ୍ତ୍ରିତ ଅତିଥିଭାବେ ପୂର୍ବତନ ସି ଆର ସି ସି ଶ୍ରୀ ଅଖିଳ କୁମାର ସେଠୀ,ପୂର୍ବତନ ସି ଆର ସି ସି ଶ୍ରୀ କବିରାଜ ଡାକୁଆ,ଗ୍ରାମ ସମ୍ପାଦକ ଶ୍ରୀ ବିଜୟ କୁମାର ଗୌଡ଼,ସମାଜସେବୀ ଶ୍ରୀ ଭାଗିରଥି ମାଝୀ,ପୂର୍ବତନ ସଭାପତି ଶ୍ରୀ ସନ୍ତୋଷ କୁମାର ପୃଷ୍ଟି, ପୂର୍ବତନ ସଭାପତି ଶ୍ରୀ ସନ୍ତୋଷ କୁମାର ପରିଡା,ପୂର୍ବତନ ସଭାପତି ଶ୍ରୀ ଗଣପତି ପୃଷ୍ଟି , ଶିକ୍ଷକ ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଶ୍ରୀ କୃଷ୍ଣ ଚରଣ ରଣା ,ଶ୍ରୀ ନାରାୟଣ ବିଷୋୟୀ, ଶ୍ରୀ ସୂର୍ଯ୍ୟ ନାରାୟଣ ସାହୁ, ଶ୍ରୀ ସୁବାସ ଚନ୍ଦ୍ର ସାମଲ,



ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ , ଶ୍ରୀ ବସନ୍ତ କୁମାର ପୃଷ୍ଟି, ଶ୍ରୀ ଉମାକାନ୍ତ ନାୟକ, ଶ୍ରୀ ଭାସ୍କର ନାୟକ,ଶ୍ରୀ ବାବୁଲା ପୃଷ୍ଟି , ଶ୍ରୀମତୀ ଜୟନ୍ତୀ ରଣା, ଶ୍ରୀମତୀ ଚୁମୁକି ପୃଷ୍ଟି, ଶ୍ରୀମତୀ ଡଲି ପୃଷ୍ଟି, ଶ୍ରୀମତୀ ରଜନୀ ଗୌଡ଼, ଶ୍ରୀମତୀ ଲିଲି ନାୟକ, ଶ୍ରୀମତୀ ଲଷ୍ମୀ ନାୟକ, ଶ୍ରୀମତୀ ଜାନକୀ ମହାନ୍ତି, ଶ୍ରୀମତୀ ରୀନା ଗୁରୁ ଯୋଗ ଦେଇଥିଲେ! ବିଭିନ୍ନ ଶୈକ୍ଷିକ ଓ



ସହ ଶୈକ୍ଷିକ କ୍ଷେତ୍ରରେ ପରାକାଷ୍ଠା ଦେଖାଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତିତ୍ୱ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଦମ୍ୟ ପ୍ରଚେଷ୍ଟାକୁ ଅତିଥିମାନେ ପ୍ରଶଂସା କରିଥିଲେ! ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମାନଙ୍କ ସହଯୋଗରେ ବିଦ୍ୟାଳୟ ଏକ ପୂର୍ଣ୍ଣାଙ୍ଗ ବିକଶିତ ବିଦ୍ୟାଳୟ ରୂପେ ସୁନାମ ଅର୍ଜନ କରିପାରିବ ବୋଲି ବୋଲି ଅତିଥିମାନେ ମତପୋଷଣ କରିଥିଲେ! ସୁନାମଧନ୍ୟ କମେଡିଆନ ତଥା ଟି ଭି କଳାକାର ଶ୍ରୀ ଅଜିତ କୁମାର ପଣ୍ଡାଙ୍କ ବଳିଷ୍ଠ ସଂଯୋଜନା ଓ ପିଲାମାନଙ୍କ ଦ୍ୱାରା ଆୟୋଜିତ "ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ " ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା! ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପିଲାମାନେ ଅତିଥିମାନଙ୍କଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ! କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ କୁମାର ସାମଲ,ସହକର୍ମୀ ଶ୍ରୀ ବିଭୁତି ଭୂଷଣ ନାୟକ, ଶ୍ରୀ ଶୁକଦେବ ବେହେରା ଓ ଶ୍ରୀମତୀ ପୁଷ୍ପାଞ୍ଜଳି ସେଠୀ ସୁନ୍ଦର ଏବଂ ସାବଲୀଳଭାବେ ପରିଚାଳନା କରି ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ!

Post a Comment

أحدث أقدم
Header ADS