BREAKING
Loading...
:

ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ବୈଠକ,


ଭଞ୍ଜନଗର(ନୀଳଚକ୍ର live)ଉକ୍ତ ମଞ୍ଚର ମାର୍ଚ୍ଚ ମାସ ବୈଠକ ଆଜି ମଧ୍ୟାହ୍ନରେ ନାୟକ ଭବନରେ ଅନୁଷ୍ଠିତ ହୋଇଯାଇଛି. ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ. ଉପସଭାପତି ଶ୍ରୀ ବାଳକୃଷ୍ଣ ବେହେରା, ସମ୍ପାଦକ ରବିନାରାୟଣ ସାମନ୍ତ, କାର୍ଯ୍ୟକାରୀ ସଦସ୍ୟ ସର୍ବଶ୍ରୀ ଶିବ ରାମ ପଣ୍ଡା, ଲିଙ୍ଗରାଜ ଜେନା, ପଣ୍ଡିତ ବିପ୍ର ଚରଣ ସାହୁ ମଧ୍ଯ ମଞ୍ଚାସୀନ ଥିଲେ. ସଭା ଆରମ୍ଭରେ ବରିଷ୍ଠ ଆଇନଜୀବୀ ଏମ୍. ତାଜ, ଆଦେନୀଙ୍କ ବିୟୋଗରେ ଏକ ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା. ସେହିପରି ସହ ସମ୍ପାଦକ ହରେକୃଷ୍ଣ ସାହୁ ଯେ ଭୁବନେଶ୍ୱର ସଞ୍ଜିବନୀ ରେ ଚିକିତ୍ସାଧିନ ଅଛନ୍ତି ତାଙ୍କ ଆଶୁ ଆରୋଗ୍ୟ କାମନା କରି ମହା ମୃତ୍ୟୁ ଞ୍ଜ ୟ ମନ୍ତ୍ର ପାଠ କରାଯାଇଥିଲା. ପଣ୍ଡିତ ବିପ୍ର ଚରଣ ସାହୁ ଶାନ୍ତି ପାଠ କରିବା ସାଙ୍ଗକୁ ବେଦ ଉପନିଷଦ ର ସୂତ୍ର ଉପରେ ପ୍ରବଚନ ପ୍ରଦାନ କରି ଥିଲେ. ସଭ୍ଯ ରବୀନ୍ଦ୍ରନାଥ ପାତ୍ର ଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା

ସଭାପତି ଘୁମୁସର ଜିଲା ଉପରେ ନିର୍ବାଚନ ପୂର୍ବରୁ ଗାଁ ଗହଳିରେ ସଚତେନତା ରଥ ପରିକ୍ରମା କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ ପ୍ରଚାର ପ୍ରସାର ପାଇଁ ଏକ ପାଞ୍ଚଜଣିଆ କମିଟି ଗଠନ କରାଯାଇଛି ସେଥିରେ ସଭାପତି ଙ୍କ ସହ ସମ୍ପାଦକ ରବିନାରାୟଣ ସାମନ୍ତ, ସମୀକ୍ଷକ ସୁରେନ୍ଦ୍ରନାଥ ବେହେରା, କାର୍ଯ୍ୟକାରୀ ସଦସ୍ୟ ଲିଙ୍ଗରାଜ ଜେନା, ଓ ଗୋବିନ୍ଦଚନ୍ଦ୍ର ଲେଙ୍କା ରହିଛନ୍ତି. ନିମନ୍ତ୍ରିତ ଅତିଥି ଭାବେ ରହିଛନ୍ତି ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଓ ଗୋପାଳ ଚନ୍ଦ୍ର ଲେଙ୍କା. ବେଲଗୁଣ୍ଠା ବଣିକ ସଂଘ ସଭାପତି ସନ୍ନ ତ ସୁବୁଦ୍ଧି,ରୋଟାରୀ ଗଭର୍ଣ୍ଣର ଦେବୀ ପ୍ରସାଦ ପାତ୍ର ଓ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ପାତ୍ର ଓ ଅନ୍ୟ ମାନଙ୍କ ସହଯୋଗ ନେବାପାଇଁ ନିଷ୍ପତି କରାଯାଇଛି. ଏ ଦିଗରେ ଘୁମୁସର ଉନ୍ନୟନ ମଞ୍ଚ ଭୁବନେଶ୍ୱର ପୂର୍ଣ୍ଣ ସହାୟତା କରୁଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ନିକଟରେ ସମ୍ମାନୀୟ ଉନ୍ନୟନ କମିଶନର ଓ ମୂଖ୍ୟ ସଚିବ ଙ୍କୁ ଦେଖା କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି. ମାନ୍ୟବର ଅର୍ଥ ମନ୍ତ୍ରୀ ପରିଚୟ ପତ୍ର ତୁରନ୍ତ ପ୍ରଦାନ କରିବାକୁ ଜିଲା ଏସ. ପି ଙ୍କୁ ଦେଇଥିବା ଚିଠି ପାଠ କରାଯାଇ କୃତଜ୍ଞତା ଜ୍ଞାପନ କରାଯାଇଥିଲା. ସ୍ୱର୍ଗୀୟ ଅଭିମନ୍ୟୁ ଭୂୟାଁ ଙ୍କ ଜାଗାରେ ପଣ୍ଡିତ ବିପ୍ର ଚରଣ ସାହୁ ଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ଗ୍ରହଣ କରାଗଲା. ସର୍ବଶ୍ରୀ ବିଷୟ କୁମାର ପାତ୍ର, ସନ୍ତୋଷ କୁମାର ମିଶ୍ର, ଲଡୁ କିଶୋର ପ୍ରଧାନ, ସୁରେନ୍ଦ୍ରନାଥ ବେହେରା, ପ୍ରତାପ ଚନ୍ଦ୍ର ସାହୁ, ବାଳକୃଷ୍ଣ ପାଢୀ, ଶିବ ପ୍ରସାଦ ସୁବୁଦ୍ଧି, ରବୀନ୍ଦ୍ରନାଥ ପାତ୍ର, ଭାସ୍କର ପ୍ରଧାନ, ତ୍ରିନାଥ ଦାସ, ବିପିନ କୁମାର ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ. ସମ୍ପାଦକ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ସଭା ସାଙ୍ଗ କରିଥିଲେ।

Post a Comment

أحدث أقدم
Header ADS