BREAKING
Loading...
:

ବେଲଗୁଣ୍ଠା ପ୍ରଜାପିତା ବ୍ରହ୍ମା କୁମାରୀ ବିଶ୍ୱବିଦ୍ୟାଳୟ ପ୍ରଭୁସ୍ମୃତି ଭବନରେ ୮୮ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଓ ତୃତୀୟ ସ୍ଵନକ୍ଷତ୍ର ଉତ୍ସବ ପାଳିତ ।


ବେଲଗୁଣ୍ଠା(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଚଢ଼ିଆପଲ୍ଲୀ ରୋଡ଼ ଓମ ଶାନ୍ତି ନଗର ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପ୍ରଭୁ ସ୍ମୃତି ଭବନ ଠାରେ ୮୮ତମ ପୁଣ୍ୟ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଉତ୍ସବ ଓ ପ୍ରଭୁସ୍ମୃତି ଭବନର ତୃତୀୟ ସ୍ଵନକ୍ଷତ୍ର ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ପ୍ରଭୁ ସ୍ମୃତି ଭବନର କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମ କୁମାରୀ ରାଜେଶ୍ୱରୀ ଭଉଣୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଉତ୍ସବ ଓ ସ୍ଵନକ୍ଷତ୍ର ଉତ୍ସବ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରି ପ୍ରଧାନ ଓ ଅତିବିଶିଷ୍ଠ ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ଼ ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ବ୍ରହ୍ମା କୁମାରିଜର ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମ କୁମାରୀ ମିନି ଦିଦି ଯୋଗ ଦେଇଥିଲେ ।

ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ସଦସ୍ୟ ତଥା ସ୍ଥାନୀୟ ଏନଏସି ଯୁବ କାଉନସିଲର ଦିବ୍ୟରଞ୍ଜନ ଦାସ ଓ ରୋଟାରୀ ଜିଲ୍ଲା ଉପପ୍ରାନ୍ତପାଳ ତଥା ବିଶିଷ୍ଠ ଗୋଷ୍ଠି ସଙ୍ଗଠକ ଭି.ଦେବୀପ୍ରସାଦ ପାତ୍ର ଯୋଗ ଦେଇଥିଲେ । ସେହିଭଳି ସମ୍ମାନୀତ ଅତିଥିଭାବେ ରାଜସ୍ଥାନର ମାଉଣ୍ଟଆବୁ ସ୍ଥିତ ଅନ୍ତଃ ରାଷ୍ଟ୍ରୀୟ ମୁଖ୍ୟାଳୟରୁ ଆସିଥିବା ଓ ସେଠାରେ ରେଡ଼ିଓ ଚକଲେଟରେ ବାର୍ତ୍ତା ପ୍ରଦାନ କରୁଥିବା ବ୍ରହ୍ମା କୁମାରୀ ଶୁଭଶ୍ରୀ ଭଉଣୀ ଓ ସେବୀକା ଦାୟିତ୍ୱରେ ଥିବା ଝୁନି ଭଉଣୀଙ୍କ ସହ ବାଘୁଆ ରୋହିବାଙ୍କ ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା କେନ୍ଦ୍ରର କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ଶାନ୍ତି ଭଉଣୀ, ମୁଣ୍ଡମରାଇ ଶାଖା କେନ୍ଦ୍ରର କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ସୌଦାମିନୀ ଭଉଣୀ ,ଆସିକା ଦାମୋଦର ପଲ୍ଲୀ ସେବା ପାଠଶାଳାର କେନ୍ଦ୍ର ସଞ୍ଚାଳିକା ବ୍ରହ୍ମା କୁମାରୀ ଯମୁନା ଭଉଣୀ ,



ରାଜ୍ୟ ସାମ୍ବାଦିକ ସଙ୍ଘ(ଏସୟୁଜେ) ଗଞ୍ଜାମ ଜିଲ୍ଲା ଉପସଭାପତି ତଥା ଆଇନଜୀବୀ ନିରାକାର ସାହୁ, ବେଲଗୁଣ୍ଠା ଏନଏସି କାଉନସିଲର ଏସ.ଭାସ୍କର ପାତ୍ର, ପ୍ରଦୀପ କୁମାର ସେଠୀ, ବେଲଗୁଣ୍ଠା ମିଡ଼ିଆ କ୍ଲବ ସଭାପତି ତଥା ରାଜ୍ୟ ସାମ୍ବାଦିକ ସଙ୍ଘ(ଏସୟୁଜେ ) ରାଜ୍ୟ ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଏଲ.ସତୀଶ ରେଡ୍ଡୀ, ଗୋଷ୍ଠି ସଙ୍ଗଠକ ରଞ୍ଜିତ କୁମାର ସାମଲ, ମନୋଜ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଥିଲେ । ଅତିଥିମାନଙ୍କୁ କେନ୍ଦ୍ର ତରଫରୁ ଶୀତଳ ଚନ୍ଦନ ଟୀକା ,ପୁଷ୍ପଗୁଛ, ଅଙ୍ଗବସ୍ତ୍ର ଓ ମୁକୁଟ ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଶିବ ଜୟନ୍ତୀ ପାଳନର ମାହାତ୍ମ୍ୟ , ବିଶ୍ୱ କଲ୍ୟାଣ ପାଇଁ ବ୍ରହ୍ମ ବାବାଙ୍କ ଅବଦାନ ଓ ଶିବ ତତ୍ୱ ଏବଂ ମାତୃ ଶକ୍ତି ଓ ଅନନ୍ୟ ମାତୃ ତ୍ୟାଗ ସମ୍ପର୍କରେ କାର୍ଯ୍ୟକ୍ରମର ମୁଖ୍ୟବକ୍ତା ପରମ ସ୍ନେହମୟୀ ରାଜଯୋଗିନୀ ବ୍ରହ୍ମା କୁମାରୀ ମିନିଦିଦି ସୁନ୍ଦର ଅବିଭାଷଣ ରଖିଥିଲେ । 






ବ୍ରହ୍ମାବାବା ,ରାଜ ଯୋଗ , ପ୍ରଜାପିତା ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ , ସତସଙ୍ଗ , ସରଳ ଜୀବନ ଚର୍ଯ୍ୟା ସମ୍ପର୍କରେ ଅନ୍ୟାନ୍ୟ ଅତିଥି ଓ ବ୍ରହ୍ମା କୁମାରୀ ଭଉଣୀ ମାନେ ନିଜ ନିଜ ଅଭିଭାଷଣ ରଖିଥିବା ବେଳେ ସ୍ଥାନୀୟ କେନ୍ଦ୍ରର ସେବାକାର୍ଯ୍ୟକୁ ମୁଖ୍ୟଅତିଥି ବନବିହାରି ପ୍ରଧାନ ଓ ଅନ୍ୟମାନେ ବେଶ ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟରେ ସାମିଲ ହୋଇ ସେମାନେ ପରମ ତୃପ୍ତି ଅନୁଭବ କରୁଥିବା ପ୍ରକାଶ କରିଥିଲେ । ପ୍ରଭୁସ୍ମୃତି ଭବନର ସ୍ଵନକ୍ଷତ୍ର ଉତ୍ସବ ଅବସରରେ ସେବା କେନ୍ଦ୍ରର ବିବରଣୀକୁ ବେଲଗୁଣ୍ଠା ମିଡ଼ିଆ କ୍ଲବ ସଭାପତି ଏଲ.ସତୀଶ ରେଡ୍ଡୀ ପଠନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଭୁ ସ୍ମୃତି ଭବନ ସମ୍ମୁଖରେ ଥିବା ଶିବ ଧ୍ବଜାକୁ ଅତିବିଶିଷ୍ଠ ଅତିଥି ନଗରପାଳ ଫିରୋଜ କୁମାର ସେଠୀ ଉତ୍ତୋଳନ କରିଥିବା ବେଳେ ଉପସ୍ଥିତ ଅନ୍ୟ ସମସ୍ତଙ୍କୁ ମୁଖ୍ୟବକ୍ତା ବି.କେ ମିନି ଭଉଣୀ ଶିବ ଜୟନ୍ତୀ ଉତ୍ସବ ଅବସରରେ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ସମସ୍ତ ଅତିଥି ଓ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କୁ ସେବା କେନ୍ଦ୍ର ତରଫରୁ ବ୍ରହ୍ମ କୁମାରୀ ମିନିଦିଦି ଈଶ୍ୱରୀୟ ଉପହରକୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ଆମ୍ବପୁଆ ଓ ଚଢ଼ିଆ ପଲ୍ଲୀରେ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁନିଲ କୁମାର ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ତ୍ରିପାଠୀ , ଗୁଣ୍ଡିଚା ପ୍ରସାଦ ବେହେରା , ସଂଗଠକ ଯୁଧିଷ୍ଠିର ମହାରଣା, ପୁର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମରେ ବ୍ରହ୍ମ କୁମାର ତ୍ରିନାଥ ଭାଇ, ମାମା ଭଉଣୀ ,ମମତା ଭଉଣୀ ବ୍ରହ୍ମା କୁମାର ରବି ଭାଇଙ୍କ ସହ ମିଶି କାର୍ଯ୍ୟକ୍ରମ ସୁପରିଚାଳନା ରେ ସହଯୋଗ କରିଥିଲେ

Post a Comment

أحدث أقدم
Header ADS