BREAKING
Loading...
:

୩୭ତମ ଓଡିଶା ରାଜ୍ୟ ସ୍ତରୀୟ ଜୁନିଅର ଏବଂ ସିନିଅର ଟାଇକୋଣ୍ଡୋ ଚାମ୍ପିୟନସିପ


କଟକ(ନୀଳଚକ୍ର Live)-ଜବାହରଲାଲ ନେହୁରୁ ଇନଡୋର ଷ୍ଟାଡିଅମ କଟକ ଠାରେ ଅନୁଷ୍ଠିତ ହୋଇଥିଲା ଭଞ୍ଜନଗର ଟାଇକୋଣ୍ଡୋ ଏକାଡେମୀ ରୁ ପ୍ରାଣକୃଷ୍ଣ ଗୌଡ଼ କୋଚ ଙ୍କ ତତ୍ୱାବଧାନ ରେ ପାଞ୍ଚ ଜଣ ଛାତ୍ର ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଚାରି ଜଣ ଛାତ୍ର ପ୍ରତିଯୋଗିତା ରେ ବିଜୟ ଲାଭ କରି ଆସିଛନ୍ତି।



ପ୍ରତ୍ୟୁଷା ରଥ ସ୍ବର୍ଣ୍ଣ ପଦକ, ଏସ. ସାଇକିରଣ ପାତ୍ର ବ୍ରୋଞ୍ଜ ପଦକ, ଆଦିନାଥ ବଳରାମ ପାୱାର ବ୍ରୋଞ୍ଜ ପଦକ, ହିତାଂଶୁ ମହାପାତ୍ର ବ୍ରୋଞ୍ଜ ପଦକ ହାସଲ କରି ଭଞ୍ଜ ମାଟି ପାଇଁ ଗୌରବ ନେଇ ଆସିଛନ୍ତି।

Post a Comment

أحدث أقدم
Header ADS