BREAKING
Loading...
:

ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର 35 ତମ ସ୍ଵନକ୍ଷତ୍ର ଦିବସ ପାଳିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟ ତଥା ବର୍ତ୍ତମାନ ନାମିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର 35 ତମ ସ୍ଵନକ୍ଷତ୍ର ଦିବସ ମହାବିଦ୍ୟାଳୟ ପରିସରରେ ଥିବା ବୈଦେହୀଶ ସାଂସ୍କୃତିକ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମାନ୍ୟବର ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୟୋଲନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।




ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ନୃସିଂହ ଚରଣ ପ୍ରଧାନ ସ୍ଵନକ୍ଷତ୍ର ଦିବସ ରେ ପରୋହିତ୍ୟ କରିଥିଲେ। ଜଗନ୍ନାଥ ପ୍ରସାଦ ବିଡ଼ିଓ ଅଶ୍ଵିନୀ କୁମାର ମହାପାତ୍ର ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ଡିଗ୍ରୀ କଲେଜ ର ଅଧକ୍ଷ ସନାତନ ସାହୁ, ପ୍ରାଧ୍ୟାପକ ଡ଼. ଜୟଦେବ ଗୌଡ଼, ଅଧ୍ୟାପକ ସୁନିର କାନ୍ତ ମିଶ୍ର, ଅଧ୍ୟାପକ ସୁନିଲ କାନ୍ତ ମୁନି,ଓ ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୁନୁ କୁମାର ମିଶ୍ର ଯୋଗ ଦେଇ କଲେଜ ପ୍ରତିଷ୍ଠା ପାଇଁ କରିଥିବା ସଂଘର୍ଷ ବିଷୟ ରେ କହିଥିଲେ।

ମୂଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଆଶ୍ଚର୍ୟ୍ଯ ପ୍ରକଟ କରିଥିଲେ ଯେ 35 ବର୍ଷ ର କଲେଜ ରେ ଯୁକ୍ତ ତିନି ବିଜ୍ଞାନ ପାଠ୍ୟକ୍ରମ ନାହିଁ, ଆଗାମୀ 24 ଘଣ୍ଟା ମଧ୍ୟ ରେ ଏଥି ସଂକ୍ରାନ୍ତ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଙ୍କ ସହ ଯୋଗାଯୋଗ କରି ଯୁକ୍ତ ତିନି ବିଜ୍ଞାନ ପାଠ୍ୟକ୍ରମ ଖୋଲିବା ପାଇଁ ପଦକ୍ଷେପ ନେବେ ଓ ମହାବିଦ୍ୟାଳୟ ର  ଅନ୍ୟାନ୍ୟ ସମସ୍ୟା ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ସେ 35 ବର୍ଷ ତଳେ ଭଂଜନଗର କଲେଜ ର ସଭାପତି ଥିବା ସମୟରେ ଏହି କଲେଜ ର ପ୍ରତିଷ୍ଠା ପାଇଁ ସାହାଯ୍ୟ ର ହାତ ବଢ଼େଇଥିବା ଶ୍ରୁତି ବିଷୟ ରେ ନିଜ ବକ୍ତବ୍ୟ ରେ କହିଥିଲେ।


ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାର ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, କର୍ମଚାରୀ,ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

Post a Comment

أحدث أقدم
Header ADS