BREAKING
Loading...
:

ସମ୍ବାଦ ସାହିତ୍ୟ ଘର ତରଫରୁ ସାପ୍ତାହିକ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ


ଭଞ୍ଜନଗର (ନୀଳଚକ୍ର Live): ୧୮.୦୮.୨୦୨୪ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟର ଶ୍ରୀ ଗଣେଶ ମନ୍ଦିର ସମ୍ମୁଖରେ ସମ୍ବାଦ ସାହିତ୍ୟ ଘର ତରଫରୁ ସାପ୍ତାହିକ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜଗନ୍ନାଥପୁର ଶାସନର

ବିଶିଷ୍ଟ ଯୋଗଗୁରୁ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ଦାଶ ଯୋଗ ଗୁରୁ ଭାବେ ଯୋଗ ଦେଇ ପ୍ରଶିକ୍ଷାର୍ଥଙ୍କୁ ପ୍ରଣାୟମର ଭଷ୍ଟ୍ରିକା, ଅନୁଲୋମ ବିଲୋମ, ବାହ୍ୟଶନ , ଲୋରି ପକ୍ରୀୟା ଓ ଅଗ୍ନିସାର, ଉଜ୍ଵୟୀ, ଭମ୍ରି, ଉଦ୍ଗିତ୍ ଏହି ୮ ପ୍ରାଣାୟମ ସହିତ ମଣ୍ଡୁକ ଆସନ,

ଶାସକା ଆସନ, ସର୍ବଙ୍ଗାସନ, ଫ୍ଲାୟୁଆସାନ, ଉର୍ଦ୍ଧ୍ବପାଦାସନ, ଶିର୍ଷାସନ,  ସିଂହାସନ, ମକରା ଆସନ, ପବନ ମୁକ୍ତାସନା ଓ ସୂର୍ଯ୍ୟ ନମସ୍କାର ଆଦି ଯୋଗ ଶିକ୍ଷା ଦେଇଥିଲେ । ଏଥିରେ ଯୋଗ ପ୍ରଶିକ୍ଷାର୍ଥ ଭାବେ ସମ୍ବାଦ ସାହିତ୍ୟ ଘରର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ, ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ଭୂୟାଁ, ଆବାହକ ଚନ୍ଦ୍ର କେତୁ ରାଉତ, କୋଷାଧ୍ୟକ୍ଷ ଶ୍ରୀ ସରୋଜ କୁମାର ନାୟକ,

ସଦସ୍ୟ ସୁଧୀର କୁମାର ସାହୁ , ସାମ୍ବାଦିକ ନିରାକାର ସାହୁ, ମୋଚିରାମ ସେଠୀ, ଲକ୍ଷ୍ମଣ ସେଠୀ, ସିମାଞ୍ଚଳ ସାହୁ, ହରେକୃଷ୍ଣ ବେହେରା, ଏସ ହରେକୃଷ୍ଣ ପାତ୍ର, ଦିଲ୍ଲୀପ କୁମାର ପଣ୍ଡା, ମହେଶ୍ୱର ସେଠୀ, ସୂର୍ଯ୍ୟ ନାରାୟଣ ବେହେରା ଦିଲ୍ଲୀପ କୁମାର ସାହୁ ସ୍ବେଚ୍ଛାସେବୀ ଚନ୍ଦ୍ରକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ଥିଲେ । ଏହି ଶିବିର ପ୍ରତେକ ରବିବାର ଦିନ ସକାଳ ୦୬.୩୦ ସମୟରେ ଅନୁଷ୍ଠିତ ହେଉଛି ।

Post a Comment

أحدث أقدم
Header ADS