BREAKING
Loading...
:

ମାନ୍ୟବର ମୁଖ୍ୟମନ୍ତ୍ରୀ ଡ଼ିସେମ୍ବର ୨୯ ରେ ଭଞ୍ଜନଗର ରେ ଅନୁଷ୍ଠିତ ଓଡ଼ିଶା ଆଇନଜୀବୀ ସଂଘ ସମ୍ମିଳନୀ ରେ ଯୋଗ ଦେବେ।


ଭଞ୍ଜନଗର-୧୦/୧୨(ନୀଳଚକ୍ର Live)  ଓଡ଼ିଶା ଆଇନଜୀବୀ ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ଭଞ୍ଜନଗର ଉପେନ୍ଦ୍ରଭଞ ଉଚ୍ଚ ବିଦ୍ୟାଳୟ ପରିସର ରେ  ଡିସେମ୍ବର ୨୯ ଓ ୩୦ , ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଭଞ୍ଜନଗର ବାର ଆସୋସିଏସନ୍ ଏହାର ସଂଯୋଜନା କରିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଦିବସରେ ଭଞ୍ଜନଗର ଗ୍ରସ୍ତ ରେ ଆସି ସମ୍ମିଳନୀର ଉଦଘାଟନ କରିବେ ବୋଲି ଜଣାପଡ଼ିଛି।ଏଥିସହ ଅଧିବେଶନରେ ଓଡ଼ିଶା ହାଇକୋର୍ଟର ଅନେକ ମାନ୍ୟବର ବିଚାରପତି, ମନ୍ତ୍ରୀ, ଏମପି, ବିଧାୟକଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ଭଞ୍ଜନଗର  ର  ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏହି  ସମ୍ମିଳନୀ ର ଅଧକ୍ଷ ରହିଛନ୍ତି। ଓକିଲ ସଂଘ ପକ୍ଷରୁ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିଜ ନିଜର ଦାୟିତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା।

ଏଥିସହ ଅପରାହ୍ନରେ କୋର୍ଟ ପରିସରରେ ଥିବା ସୁବର୍ଣ୍ଣ ଜୟନ୍ତୀ ପାଠାଗାର ଠାରେ ଭଞ୍ଜନଗର ଓକିଲ ସଂଘ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସଂଘର ସଦସ୍ୟ ମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯାଇ ସେମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଆଜକୁ ୪୦ ବର୍ଷ ତଳେ ଭଞ୍ଜନଗର ଠାରେ ଗତ ୧୯୮୪ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ଆଇନଜୀବି ସଂଘର ୧୩ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏବେ ପୁଣି ଥରେ ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଉଥିବାରୁ ସମସ୍ତେ ଆଶାବାଦୀ ଅଛନ୍ତି।ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଭାପତିଙ୍କ ସମେତ ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ,ସହ ସମ୍ପାଦକ ଅଶ୍ୱିନୀ କୁମାର ଦାସ, ସନ୍ତୋଷ ନାୟକ, ଧବଳେଶ୍ବର ମାଝୀ, ସନ୍ତୋଷ ତିଆଡ଼ି, ନିରାକାର ସାହୁ,ବିଷ୍ଣୁ ପ୍ରସାଦ ପ୍ରଧାନ,ରଜତ କୁମାର ଦାସ,ଚନ୍ଦ୍ରମଣି ମହାପାତ୍ର,ସୁଧିର କୁମାର ଦାସ, ଖରା°ଶୁ ଦାସଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS