BREAKING
Loading...
:

ସାବିତ୍ରୀ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ |


ଭଞ୍ଜନଗର(ନୀଳଚକ୍ର  Live):- ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସ୍ଥିତ  ସାବିତ୍ରୀ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି | ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ସୁଶାନ୍ତ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ | ଭଞ୍ଜନଗର ତହସିଲଦାର ଉମା ଶଙ୍କର ବେହେରା  ମୁଖ୍ୟ ଅତିଥିଭାବେ ଏବଂ ବି. ଡି ଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ସମ୍ମାନୀତ  ଅତିଥିଭାବେ ଯୋଗ ଦେଇ କୃତି ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରୀମାନଙ୍କୁ  ଉତ୍ସାହିତ କରି କହିଥିଲେ ଯେ ପାଠ ପଢା ସହ ମହାବିଦ୍ୟାଳୟର ନାମ କୁ କ୍ରୀଡାରେ ଆଗକୁ ନେବାକୁ ।

ତହସିଲଦାର  ଉମାଶଙ୍କର ବେହେରା ଛାତ୍ରୀ ମାନଙ୍କୁ ଉତ୍ତମ ଛାତ୍ରୀ ହେବା ସହ ସମୟାନୁବର୍ତ୍ତୀ ହେବା ପାଇଁ କହିଥିଲେ ଏବଂ  ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ  ଗୁରୁ ମାନଙ୍କୁ ସମ୍ମାନ  ଦେବା ସହ ସୁନାଗରିକ ହେବା ପାଇଁ ଉତ୍ସାହିତ କରିଥିଲେ |

ସେହିପରି ସହ ସଭାପତି ରୂପେ ରଶ୍ମିତା ବେହେରା, ଉପ ସହ ସଭାପତି ରୂପେ ପ୍ରେମ ଚାନ୍ଦ ମଲ୍ଲିକ, ସୁରଜ ସାସମଲ, ଶ୍ରୀୟା ପ୍ରଧାନ, ସୁପ୍ରଭା ବେହେରା, ସନ୍ତୋଷ ମହାନ୍ତି, ଅମୁଲ୍ୟ ଶତପଥି, ସନ୍ଧ୍ୟା ରାଣୀ ପ୍ରଧାନ, ଉର୍ମିଳା ପାଟଯୋଶୀ ପ୍ରମୁଖ ବାର୍ଷିକ କ୍ରୀଡାକୁ ପରିଚାଳନା କରିଥିଲେ |ଚାରି ଦିନ ଧରି +2 ଓ +3 ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ଯଥା 100 ମିଟର , 200 ମିଟର , 400 ମିଟର  ଦୌଡ, ଜ୍ୟାଭେଲିନ, ସଟପୁଟ, ଡିଷ୍କଷ, ବ୍ୟାଡ଼ମିଣ୍ଟନ, ଚେସ, କେରମ ଇତ୍ୟାଦି କ୍ରୀଡା ଅନୁଷ୍ଠିତ ହୋଇଯାଇଥିଲା |

32ତମ ବାର୍ଷିକ କ୍ରୀଡା ଉତ୍ସବ ରେ +2 ର ଛାତ୍ରୀ ବିନି ନାୟକ ଏବଂ +3 ର  ଛାତ୍ରୀ ପ୍ରଦୀପିକା କର ଚମ୍ପିୟାନ ହୋଇଥିଲେ |ଶେଷରେ କ୍ରୀଡା ଶିକ୍ଷକ ପି. ଆନନ୍ଦ ରାଓ ଏବଂ ପି ରମେଶ ରାଓ ଙ୍କ ନିର୍ଦ୍ଦେଶ  କ୍ରମେ ବାର୍ଷିକ କ୍ରୀଡା ପତାକା କୁ ଅଧ୍ୟକ୍ଷ ସୁଶାନ୍ତ କୁମାର ମଲ୍ଲିକ ଙ୍କ ଦ୍ୱାରା କ୍ରୀଡା ସଂଯୋଜିକା ରଶ୍ମିତା ବେହେରା କୁ ପ୍ରଦାନ କରିଥିଲେ |

Post a Comment

أحدث أقدم
Header ADS