ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଅନ୍ତର୍ଗତ କାଦୁଆ ପଞ୍ଚାୟତ ରେ ଥିବା ପ୍ରଧାନ ମନ୍ତ୍ରୀ ଶ୍ରୀ ସ୍କୁଲ ଗୋପୀନାଥ ସ୍ବାମୀ ବିଦ୍ୟାପୀଠରେ ପ୍ରାଥମିକ ସହାୟତା ଶିବିର ଅନୁଷ୍ଠିତ ହୋଇଛି । ସଡ଼କ ଦୁର୍ଘଟଣାରେ ଓ ଓଡିଶାର ଘରେ ଘରେ ମନୁଷ୍ୟ କୃତ ବିପର୍ଯ୍ୟୟ ହେବାଫଳରେ ବହୁଲୋକଙ୍କ ଜୀବନ ଓ ଅଙ୍ଗହାନୀ ହେବାର ଦୃଷ୍ଟିକୁ ଆଖି ଆଗରେ ରଖି ଓଡ଼ିଶା ସରକାର ପ୍ରତ୍ୟେକ ହାଇସ୍କୁଲ ରେ ଛାତ୍ରଛାତ୍ରୀ ଙ୍କୁ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଲୋକନାଥ ମହାନ୍ତି ଏବଂ ଚନ୍ଦ୍ର ଶେଖର ହାଇସ୍କୁଲ ବି ଡି ପୁର ର ଶିକ୍ଷକ ନାରାୟଣ ବେହେରା ପ୍ରଶିକ୍ଷକ ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଉପଚାର ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ ।
ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଉପଚାର କ'ଣ,ଏହାର ଲକ୍ଷ୍ୟ, ଉଦେଶ୍ୟ, ସହିତ ଆରାମଦାୟକ ଅବସ୍ଥା, ହୃତପିଣ୍ଡ ର ପୁନଃ ପ୍ରଚଳନ,କ୍ଷତ ଓ ରକ୍ତସ୍ରାବ,ବେଣ୍ଡଜ,ଅସ୍ତିଭଙ୍ଗ ଓ ସ୍ଥାନିତିକରଣ, ଚୋକିଙ୍ଗ, ସର୍ପ ଦଂଶନ,ବିଷକ୍ରିୟା, ଆଦି ସମ୍ପର୍କରେ କ୍ରିୟାତ୍ମକ ପ୍ରଣାଳୀ ରେ ପ୍ରଶିକ୍ଷଣ ଦେଇଥିଲେ । ସ୍କୁଲ ର କ୍ରିଡ଼ା ଶିକ୍ଷକ ତଥା ଜୁନିୟର ରେଡ଼କ୍ରସ୍ କାଉନସିଲର ଶ୍ରୀ ଦୁ଼ଃସାଶନ ରାଉତ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀମାନେ କେତେଦୂର ଏହାକୁ ଗ୍ରହଣ କରିଛନ୍ତି ସେବିଷୟକୁ ନେଇ ଏକ କୁଇଜ୍ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଧାନ ଶିକ୍ଷକ ପୁରସ୍କାର ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍କଲର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି କାର୍ଯ୍ୟ କ୍ରମ କୁ ସଫଳ କରିଥିଲେ ।

Post a Comment