BREAKING
Loading...
:

ପି ଏମ ଶ୍ରୀ ଗୋପିନାଥ ସ୍ବାମୀ ନୋଡାଲ ବିଦ୍ୟାପୀଠରେ ପ୍ରାଥମିକ ସହାୟତା ଶିବିର ଅନୁଷ୍ଠିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର  Live)ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ଅନ୍ତର୍ଗତ କାଦୁଆ ପଞ୍ଚାୟତ ରେ ଥିବା ପ୍ରଧାନ ମନ୍ତ୍ରୀ ଶ୍ରୀ ସ୍କୁଲ ଗୋପୀନାଥ ସ୍ବାମୀ ବିଦ୍ୟାପୀଠରେ ପ୍ରାଥମିକ ସହାୟତା ଶିବିର ଅନୁଷ୍ଠିତ ହୋଇଛି । ସଡ଼କ ଦୁର୍ଘଟଣାରେ ଓ ଓଡିଶାର ଘରେ ଘରେ ମନୁଷ୍ୟ କୃତ ବିପର୍ଯ୍ୟୟ ହେବାଫଳରେ ବହୁଲୋକଙ୍କ ଜୀବନ ଓ ଅଙ୍ଗହାନୀ ହେବାର ଦୃଷ୍ଟିକୁ ଆଖି ଆଗରେ ରଖି ଓଡ଼ିଶା ସରକାର ପ୍ରତ୍ୟେକ ହାଇସ୍କୁଲ ରେ ଛାତ୍ରଛାତ୍ରୀ ଙ୍କୁ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ବରେ  ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଲୋକନାଥ ମହାନ୍ତି ଏବଂ ଚନ୍ଦ୍ର ଶେଖର ହାଇସ୍କୁଲ ବି ଡି ପୁର ର ଶିକ୍ଷକ ନାରାୟଣ ବେହେରା ପ୍ରଶିକ୍ଷକ ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଉପଚାର ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ ।





ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଉପଚାର କ'ଣ,ଏହାର ଲକ୍ଷ୍ୟ, ଉଦେଶ୍ୟ, ସହିତ ଆରାମଦାୟକ ଅବସ୍ଥା, ହୃତପିଣ୍ଡ ର ପୁନଃ ପ୍ରଚଳନ,କ୍ଷତ ଓ ରକ୍ତସ୍ରାବ,ବେଣ୍ଡଜ,ଅସ୍ତିଭଙ୍ଗ ଓ ସ୍ଥାନିତିକରଣ, ଚୋକିଙ୍ଗ, ସର୍ପ ଦଂଶନ,ବିଷକ୍ରିୟା, ଆଦି ସମ୍ପର୍କରେ କ୍ରିୟାତ୍ମକ ପ୍ରଣାଳୀ ରେ ପ୍ରଶିକ୍ଷଣ ଦେଇଥିଲେ । ସ୍କୁଲ ର କ୍ରିଡ଼ା ଶିକ୍ଷକ ତଥା ଜୁନିୟର ରେଡ଼କ୍ରସ୍ କାଉନସିଲର ଶ୍ରୀ ଦୁ଼ଃସାଶନ ରାଉତ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।





ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀମାନେ କେତେଦୂର ଏହାକୁ ଗ୍ରହଣ କରିଛନ୍ତି ସେବିଷୟକୁ ନେଇ ଏକ କୁଇଜ୍ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଧାନ ଶିକ୍ଷକ ପୁରସ୍କାର ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍କଲର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି କାର୍ଯ୍ୟ କ୍ରମ କୁ ସଫଳ କରିଥିଲେ ।

Post a Comment

أحدث أقدم
Header ADS