ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)୨୪.୦୭.୨୦୨୫ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷ+୨ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟର ବିଘ୍ନ ବିନାସନ ଶ୍ରୀ ଗଣେଷ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଶ୍ରୀ ଗଣେଶଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପୂଜାର୍ଚ୍ଚନା କରିଥିଲେ । ତତ୍ ସଙ୍ଗେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ବିଦ୍ୟାଳୟର ନିୟମ କାନୁନ ମାନିବା ନିମନ୍ତେ ଶପଥ ପାଠ କରାଇଥିଲେ ।
ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ପରେ ପରେ ପ୍ରତ୍ୟେକ ଶ୍ରେଣୀର ବିଭାଗ ଅନୁଯାୟୀ ଶ୍ରେଣୀ ପ୍ରବେଶ ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ସମସ୍ତ ବିଭାଗର ସଭାକୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଦ୍ୟାଳୟର ବିଭିନ୍ନ ନିୟମାବଳୀ ଉପରେ ଛାତ୍ରଛତ୍ରୀ ମାନଙ୍କୁ ବୁଝାଇଥିଲେ । କଳା ବିଭାଗର ସଂଯୋଜିକା ଶ୍ରୀମତୀ ଆରତୀ ମହାପାତ୍ର, ବିଜ୍ଞାନ ବିଭାଗର ସଂଯୋଜକ ଧିରେନ୍ କୁମାର ସାହୁ, ବାଣିଜ୍ୟ ବିଭାଗ ସଂଯୋଜକ ହାଡୁବନ୍ଧୁ ପ୍ରଧାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ସଂଯୋଜକ ଅଶ୍ଵିନୀ କୁମାର ପରମଗୁରୁ ପ୍ରମୁଖ ଉପସ୍ଥିତ ରହି ସଭାର ସ୍ବାଗତ ଭାଷଣ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ପ୍ରଧ୍ୟାପକ ମିହିର କୁମାର ଶତପଥୀ, ଅଧ୍ୟାପକ ସୁନୀଲ କୁମାର ମୁନି, ସୁନିର କାନ୍ତ ମିଶ୍ର, ରାଧା ମାଧବ ପ୍ରଧାନ, ସ୍ନାତକୋତ୍ତର ଶିକ୍ଷକ ରଞ୍ଜନ କୁମାର ପ୍ରଧାନ, ରାଜେଶ କୁମାର ପ୍ରଧାନ, ଶିକ୍ଷୟତ୍ରୀ ନିବେଦିତା ସାହୁ, ସବୁଜିମା ମହାପାତ୍ର, ଅତିଥି ଶିକ୍ଷକ ଶଙ୍କର ନାୟକ, ଶିକ୍ଷୟତ୍ରୀ ଆସ୍ମା ନନ୍ଦ, ଡେମନଷ୍ଟେଟର ଶୁଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରେଣି କକ୍ଷର ପାଠ୍ୟକ୍ରମ, ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର ଗଠନ, ସ୍ଵବାବଲମ୍ବି ହେବା, ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍, ସ୍କାଉଟ ଏଣ୍ଡ ଗାଇଡରେ ଯୋଗଦାନ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କିରାଣି ମଦନ ମାଝୀ, ଡି. ଇ. ଓ ସରୋଜ କୁମାର ନାୟକ, ସନ୍ତୋଷ କୁମାର ଦଳାଇ, ଭବାନୀ ଶଙ୍କର ମାଝୀ, ମନ୍ମଥ କୁମାର ମହାନ୍ତି ଓ ଅନ୍ୟାନ୍ୟ କର୍ମଚାରୀ, ସ୍ୱେଚ୍ଛାସେବୀ ଚନ୍ଦ୍ରକାନ୍ତ ଷଡ଼ଙ୍ଗୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

إرسال تعليق