ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live)-୦୯.୦୯.୨୦୨୫ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଓ ଜାତୀୟ ସେବା ଯୋଜନା ବୁରୋ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଙ୍କ ସହଯୋଗରେ ଜାତୀୟ ସେବା ଯୋଜନା ମିଳିତ ଶାଖା ତରଫରୁ ବିଶାଳ ବୃକ୍ଷରୋପଣ ସ୍ୱତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି ।
ଆଞ୍ଚଳିକ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଏହି ଶିବିରକୁ ଉଦଘାଟନ କରି "ମା ନାମରେ ଗଛ ଟିଏ" ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯକ୍ରମ ପ୍ରାରମ୍ଭରେ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନେ ଜଗନ୍ନାଥ ପ୍ରସାଦ ବନ ବିଭାଗ କାର୍ଯ୍ୟାଳୟରୁ ଚାରା ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜାତୀୟ ସେବା ଯୋଜନା କାର୍ଯକ୍ରମ ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ । ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ । ଅଧ୍ୟାପକ ବିଭୁତି ଭୁଷଣ ପ୍ରଧାନ, ବିରଞ୍ଚି ନାରାୟଣ ପ୍ରଧାନ, ଅଧ୍ୟାପିକା ସୁନିତା ବିଷୋୟୀ, ଶ୍ରୀକାନ୍ତ ପାତ୍ର, ପଞ୍ଚାନନ ପଲାଇ , ସରୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

إرسال تعليق