ଜଗନ୍ନାଥପ୍ରସାଦ ( ନୀଳଚକ୍ର live)ଗଞ୍ଜାମ ଖଲିକୋଟସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଟାନର ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ପ୍ରଜ୍ଞା ପାରମିତା, ଶ୍ରୀମତୀ ନିହାରିକା ସାମନ୍ତରାୟ ଓ ଶ୍ରୀମତୀ ନିବେଦିତା ପାଢ଼ୀ, ଭଞ୍ଜନଗର ସିଟି ସ୍କୁଲର ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ସୁରେଶ୍ୱର ସା ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନରେ ଆସି ଜଗନ୍ନାଥପ୍ରସାଦ ବ୍ଲକର ଖମାରପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ !
ପ୍ରଥମେ ବିଭିନ୍ନ ଶ୍ରେଣୀ ବୁଲି ପିଲାଙ୍କ ସହ ଭାବବିନିମୟ କରି ସେମାନଙ୍କ ପାଠପଢା ସ୍ଥିତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ ! ବିଦ୍ୟାଳୟର ଶୈକ୍ଷିକ ସ୍ଥିତି, ଭୌତିକ ପରିବେଷ୍ଟିନୀ , କିଚେନ ଗାର୍ଡେନ,ଔଷଧୀୟ ବୃକ୍ଷ ବଗିଚା, ପାଠାଗାର, ସଭାଗୃହ, ପିଲାଙ୍କ ପାଇଁ ନିର୍ମିତ ଶୌଚାଳୟ, ଖେଳପଡିଆ,ପ୍ରାର୍ଥନା ମଞ୍ଚ,ଚିତ୍ରିତ କଥାକୁହା କାନ୍ଥ, ମୋ ସ୍କୁଲ କାର୍ଯ୍ୟକ୍ରମ, ଏଫଏଲ ଏନ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନର ସୁବ୍ୟବସ୍ଥା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶୈକ୍ଷିକ ସୁପରିଚାଳନା ଦେଖି ପ୍ରଧାନ ଶିକ୍ଷକ ଶ୍ରୀ ଜଗନ୍ନାଥ ନାୟକ, ବରିଷ୍ଠ ଶିକ୍ଷକ ଶ୍ରୀ ଉମା ଶଙ୍କର ସ୍ୱାଇଁ, ଶ୍ରୀ ଭଗବାନ ସାହୁ, ଶ୍ରୀମତି ପ୍ରଜ୍ଞା ମଧୁମିତା ରଥ ଓ ଶ୍ରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଭୂୟଂସୀ ପ୍ରଶଂସା କରିଥିଲେ ! ଅପରାହ୍ନରେ ଉଭୟ ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ବ୍ଲକର ସମସ୍ତ ସି.ଆର.ସି.ସି ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା !
ବୈଠକରେ ସମସ୍ତ ଶିକ୍ଷକ ପ୍ରଶିକ୍ଷକ ପ୍ରଶିକ୍ଷିକାଙ୍କ ସହ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମନୋରଞ୍ଜନ ମିଶ୍ର, ଏବିଇଓ ତଥା ବିଆରସିସି ଶ୍ରୀ ସିମାଚଳ ଯାନୀ, ରାଜ୍ୟ ସାଧନ କର୍ମୀ ଶ୍ରୀ ଅନ୍ନଦା ତ୍ରିପାଠୀ, ପ୍ରଧାନଶିକ୍ଷକ ଶ୍ରୀ ଜଗନ୍ନାଥ ନାୟକ, ଶିକ୍ଷକ ଶ୍ରୀ ଉମା ଶଙ୍କର ସ୍ୱାଇଁ, ସ୍ଥାନୀୟ ସିଆରସିସି ଶ୍ରୀ ପ୍ରଦୀପ କୁମାର ପ୍ରଧାନ ଯୋଗଦେଇଥିଲେ ! ଅତିଥିମାନଙ୍କ ଠାକୁରଙ୍କ ଠାରେ ଧୂପଦୀପ ଦାନ ଏବଂ ସିଆର ସିସି ଶ୍ରୀ ଜଗବନ୍ଧୁ ରଥ ଓ ଡ଼ିଆରଜି ଶ୍ରୀ ଶିବପ୍ରସାଦ ରଥଙ୍କ ମନ୍ତପାଠରେ ଏକ ମଧୁମୟ ପରିବେଶ ସୃଷ୍ଟି ହୋଇଥିଲା ! ବ୍ଲକ ଓ ବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା ବେଳେ ଶିକ୍ଷକ ଶ୍ରୀ ସ୍ୱାଇଁ ପରିଚୟ ପ୍ରଦାନ କରିଥିଲେ !
ଏଫଏଲଏନ କାର୍ଯ୍ୟକ୍ରମ, ମନିଟରିଂ ଫର୍ମାଟ, ଶିକ୍ଷକ ପର୍ବ, ବିଦ୍ୟାପ୍ରବେଶ, ମାସିକ ସମୀକ୍ଷା ଭଳି ଅନେକ କାର୍ଯ୍ୟକ୍ରମ ଉପରେ ଉଭୟ ବ୍ଲକର ସମୀକ୍ଷା କରି ସମସ୍ତଙ୍କୁ ନିଜର କାର୍ଯ୍ୟଦକ୍ଷତାକୁ କିପରି ତ୍ୱରାନ୍ୱିତ କରିହେବ ବୁଝାଇଥିଲେ !ପରିଶେଷରେ ପ୍ରଧାନଶିକ୍ଷକ ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

إرسال تعليق