ଜଗନ୍ନାଥ ପ୍ରସାଦ: ୨୨.୦୯.୨୦୨୨(ନିରାକାର ସାହୁ)ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଜିରାବାଡ଼ି ଗ୍ରାମର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରାଜ୍ୟ ସଡକ ପରିବହନ ନିଗମ, ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରସାରିତ ସଡ଼କ ସୁରକ୍ଷା ନିମନ୍ତେ ରକ୍ଷକ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମକୁ ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜୟଶ୍ରୀ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରି କହିଲେ ଓଡ଼ିଶା ସରକାରଙ୍କ ଏହା ଏକ ଅଭିନବ କାର୍ଯ୍ୟକ୍ରମ ଯାହାକି ରାସ୍ତାରେ ଘଟୁଥିବା ଦୁର୍ଘଟଣାରେ ଲୋକ ମାନେ ଭୟ ନ କରି ଆହତ ଲୋକଙ୍କୁ ଡାକ୍ତରଖାନାକୁ ନେଲେ ସରକାର ସାହାଯ୍ୟ କାରି ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରିବେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ, ଆଞ୍ଚଳିକ ପରିବହନ ଅଧିକାରୀ, ଭଞ୍ଜନଗର ଯୋଗଦେଇ ରକ୍ଷକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଏହାର ଲକ୍ଷ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା ଯୋଗଦେଇ ଏହି ରକ୍ଷକ କାର୍ଯ୍ୟକ୍ରମ ପ୍ରତି ଗ୍ରାମପଞ୍ଚାୟତରେ ଅନୁଷ୍ଠିତ କରିବା ପାଇଁ ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଥାନା ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ ସ୍ୱାଇଁ ଯୋଗଦେଇ କହିଲେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଲେ ପୋଲିସର ଆଉ ଭୟ ନାହିଁ ବରଂ ୧୧୨ ଆମ୍ବୁଲାନ୍ସରେ ନେବା ପାଇଁ ପୋଲିସ୍ ଆପଣ ମାନଙ୍କୁ ସାହାଯ୍ୟ କରିବେ ବୋଲି କହିଥିଲେ ।
ଅଥିତି ଭାବେ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର ଯୋଗଦେଇ ସରକାରଙ୍କ ରକ୍ଷକ ପ୍ରକଳ୍ପକୁ ଉଚ୍ଚ ପ୍ରଶଂସା କରିଥିଲେ । ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିରାବାଡ଼ି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ସରୋଜ କୁମାର ନାୟକ ଆୟୋଜନ କରିଥିବାରୁ ଜିରାବାଡ଼ି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀ କିଶୋର ଚ଼ନ୍ଦ୍ର ପ୍ରଧାନ ସରପଞ୍ଚଙ୍କ ସମେତ ସମସ୍ତ ଅତିଥି ତଥା ଜନସାଧାରଣ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଯୁବ ରେଡକ୍ରସ୍ କାଉନସିଲର ପ୍ରଶିକ୍ଷକ ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ଅଧ୍ୟାପକ ଦିଲ୍ଲୀପ ଆଚାର୍ଯ୍ୟ, ଜୁନିୟର ରେଡ୍ କ୍ରସ୍ କାଉନସିଲର ଶିକ୍ଷକ ନାରାୟଣ ବେହେରା ଯୋଗଦେଇ ଜିରାବାଡ଼ି ଗ୍ରାମର ରାସ୍ତାକଡ଼ର ଦୋକାନୀ, ହୋଟେଲ ମାଲିକ, ପରିବା ବ୍ୟବସାୟୀ,
ସାଇକେଲ ମାର୍ଟ ମେକାନିକ, ଗାଡ଼ି ମେକାନିକାଲ ତଥା ଅନ୍ୟାନ୍ୟ ଜନସାଧାରଣ ପ୍ରାୟ ୬୦ ରୁ ଉର୍ଦ୍ଧ ଲୋକଙ୍କୁ ରାସ୍ତା କଡ଼ରେ ଘଟୁଥିବା ଆହତ ଲୋକଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କାରିଙ୍କ ଭୂମିକା, ଦାୟିତ୍ଵ, ଅଧିକାର, ଜରୁରୀକାଳୀନ ଉପଚାର, DRSCAB, ପରିସ୍ଥିତିର ବିଶ୍ଳେଷଣ ସହିତ ସିପିଆର୍, ଆରାମ ଦାୟକ ଅବସ୍ଥା, ରକ୍ତସ୍ରାବ ର ଉପଚାର, ଅସ୍ଥି ଭଙ୍ଗାର ଉପଚାର, ସ୍ଥାନାନ୍ତିକରଣ ଆଦି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜନସାଧାରଣ ପ୍ରଶିକ୍ଷଣ ନେଇ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏହା ଯେ ଜୀବନ ପାଇଁ ନିତାନ୍ତ ଜରୁରୀ ବୋଲି ନିଜେ ହୃଦୟଙ୍ଗମ କରିଥିଲେ ।
ଶେଷରେ ସମସ୍ତଙ୍କୁ ଭିଡିଓ ମାଧ୍ୟମରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ କଲେ କିପରି ପୁରସ୍କାର ମିଳେ ତାହା ପଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ କାହ୍ନୁ ଚରଣ ପ୍ରଧାନ, ବିଭୂତି ଭୂଷଣ ନାୟକ, ଗୋପାଳ ନାୟକ, ଶୋଭନ ସାହୁ, ରାଜେନ୍ଦ୍ର ନାୟକ ଉପସ୍ଥିତ ରହି ପ୍ରଶିକ୍ଷଣରେ ସହିଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିରାବାଡ଼ି ସରପଞ୍ଚ ଶ୍ରୀ ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

إرسال تعليق