BREAKING
Loading...
:

ମୋ କଲେଜ ଅଭିଯାନ ଆନୁକୁଲ୍ୟରେ ଦ୍ଵିତୀୟ ଅଲୁମିନି ବୈଠକ ଅନୁଷ୍ଠିତ

 


 ଆଲୁମିନି ଆସୋସିଏସନ୍ ର ସଭାପତି ଶ୍ରୀ ମାନସ ରଞ୍ଜନ ପରିଛା ଙ୍କ ଅଭିଭାଷଣ

ଜଗନ୍ନାଥ ପ୍ରସାଦ:(ନୀଳଚକ୍ର live) ୧୬.୧୦.୨୦୨୨ ରିଖ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ମୋ କଲେଜ ଆନୁକୁଲ୍ୟରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଦ୍ଵିତୀୟ ଆଲୁମିନି ବୈଠକ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକକୁ କଲେଜ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଲୁମିନି ଆସୋସିଏସନ୍ ଉପାଧ୍ୟକ୍ଷ ଡଃ ପ୍ରମୋଦ କୁମାର ଚୌଧୁରୀ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତି ବିଶେଷ ଓ ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ ।

ମୋ କଲେଜ ଅଭିଯାନର ସଂଯୋଜକ ଡ଼ଃ ବିନୋଦ କୁମାର ଦାଶ ଆଲୁମିନି ଆସୋସିଏସନ୍ ର ଗଠନ ପ୍ରକ୍ରିୟା, ପୁରାତନ ଛାତ୍ରଛାତ୍ରୀ ମାନଙ୍କ କଲେଜର ଉନ୍ନତିରେ ସହଭାଗିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଲୁମିନି ଆସୋସିଏସନ୍ ର ସଭାପତି ଶ୍ରୀ ମାନସ ରଞ୍ଜନ ପରିଛା , ସମ୍ପାଦକ ବିଭୂତି ଭୂଷଣ ନାୟକ, କୋଷାଧ୍ୟକ୍ଷ ସରୋଜ କୁମାର ନାୟକ ଓ ସଭ୍ୟ ସୁରଜିତ ପାଣି, ସତ୍ୟ ନାରାୟଣ ବେହେରା, ପ୍ରଭଞ୍ଜନ ନନ୍ଦନ ପ୍ରସାଦ ପ୍ରଧାନ, କାହ୍ନୁ ଚରଣ ପ୍ରଧାନ ସଂସଦକୁ ଅଧିକ କ୍ରିୟାଶୀଳ ଓ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ବିଜ୍ଞାନ ଶ୍ରେଣୀ ଖୋଲିବା , ଜାତୀୟ ସମର ସିକ୍ଷାର୍ଥି ବାହିନୀ ଗଠନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କଲେଜ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ ଅନୁଷ୍ଠାନର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଉକ୍ତ ବୈଠକରେ ନାକ୍ ସଂଯୋଜକ ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଅଧ୍ୟାପକ ବିଭୂତି ଭୂଷଣ ପ୍ରଧାନ , ଅଧ୍ୟାପକ ବିରଞ୍ଚି ନାରାୟଣ ପ୍ରଧାନ ଯୋଗ ଦେଇଥିଲେ । ଏହି ବୈଠକରେ ୫୦ ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।






ବୈଠକର ସାଫଲ୍ୟ ଓ ସୁପରିଚାଳନାରେ ଗ୍ରନ୍ଥାଗାରିକ ଶ୍ରୀ ରଘୁନାଥ ପାଣି ଓ କଲେଜର ସମସ୍ତ କର୍ମଚାରୀ ମାନେ ସହାୟତା କରିଥିଲେ । ପରିଶେଷରେ ବରିଷ୍ଠ ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

أحدث أقدم
Header ADS