BREAKING
Loading...
:

ଜ୍ୟୋତିର୍ବିଦ ପଣ୍ଡିତ ଅନ୍ନଦା ତ୍ରିପାଠୀଙ୍କୁ ସମ୍ମାନଜନକ "ପଣ୍ଡିତ ବିଶାରଦ ବାଇକୋଳି ସମ୍ମାନ

 


ଓଡିଶାର ଖ୍ୟାତିସମ୍ପନ୍ନ ଜ୍ୟୋତିର୍ବିଦ ଶ୍ରୀ ଅନ୍ନଦା ତ୍ରିପାଠୀଙ୍କୁ ଗଞ୍ଜାମ ଜିଲ୍ଲାର ସର୍ବଶ୍ରେଷ୍ଠ ଜ୍ୟୋତିଷ ସମ୍ମାନ "ପଣ୍ଡିତ ବାଇକୋଳି ସମ୍ମାନ "ପ୍ରଦାନ କରବା ସହ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା 

ଖଲିକୋଟ(ନୀଳଚକ୍ର Live)ଖଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଠାରେ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ୧୧୪ତମ ଜୟନ୍ତୀ ସମାରୋହ ବହୁ ଆନନ୍ଦ ଓ ଉଲ୍ଲାସର ପାଳିତ ହୋଇଯାଇଛି! ପଣ୍ଡିତ ବାଇକୋଳି ସ୍ମୃତି ପରିଷଦର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହକୁ ସ୍ଥାନୀୟ ଖଲିକୋଟ ବିଧାୟିକା ମାନନୀୟା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ


ମୁଖ୍ୟବକ୍ତା  ବିଶିଷ୍ଟ ସମାଜସେବୀ ତଥା ପ୍ରାକ୍ତନରମ୍ଭା ନଗରପାଳ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା ,ସମ୍ମାନିତ ଅତିଥି ଖଲିକୋଟ ନଗରପାଳ ଇଞ୍ଜିନିଅର ଶ୍ରୀଯୁକ୍ତ ନିରଞ୍ଜନ ବେହେରା,ଖଲିକୋଟ ବ୍ଲକ ଚେୟାରମ୍ୟାନ ଶ୍ରୀଯୁକ୍ତ ଦୈତ୍ୟାରୀ ବେହେରା, ଆସିକା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ରତ୍ନାକର ସାହୁ, ବାଇକୋଳି ସ୍ମୃତି ପରିଷଦ ଉପସଭାପତି ଡ଼ଃ ହରପ୍ରସାଦ ମହାପାତ୍ର (ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ସୁପୁତ୍ର), ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ପଣ୍ଡିତ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ବାଗ୍ମୀ ଶ୍ରୀ ଜ୍ଞାନାନନ୍ଦ ସାଗର ଉପସ୍ଥିତ ଥିଲେ!







ଅତିଥିମାନେ ନିଜର ବକ୍ତବ୍ୟ ମାଧ୍ୟମରେ  ଓଡିଶାର ପ୍ରବାଦ ପୁରୁଷ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ଜୀବନୀ ସହିତ ସାହତ୍ୟ, ସଂସ୍କୃତି, କର୍ମକାଣ୍ଡ,ଜ୍ୟୋତିର୍ବିଦ୍ୟା, ଶିକ୍ଷା, ସଂଗଠନ, ବିଭିନ୍ନ ଉପାଦେୟ ଗ୍ରନ୍ଥ ରଚନା କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ସାରସ୍ୱତ ଅବଦାନ ଉପରେ ଆଲୋଚନା କରିଥିଲେ!ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଗବେଷଣା ଓ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ଖ୍ୟାତିସମ୍ପନ୍ନ ଜ୍ୟୋତିର୍ବିଦ ଶ୍ରୀ ଅନ୍ନଦା ତ୍ରିପାଠୀଙ୍କୁ ଗଞ୍ଜାମ ଜିଲ୍ଲାର ସର୍ବଶ୍ରେଷ୍ଠ ଜ୍ୟୋତିଷ ସମ୍ମାନ "ପଣ୍ଡିତ ବାଇକୋଳି ସମ୍ମାନ "ପ୍ରଦାନ କରବା ସହ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା !




ଆବାହକ ଶ୍ରୀଯୁକ୍ତ ପ୍ରଭାତ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ  ସମ୍ପାଦକ ଡ଼ଃ ଜଗଦୀଶ ଚନ୍ଦ୍ର ପାଲ,ପ୍ରାରମ୍ଭିକ ସଙ୍ଗୀତ ପରିବେଷଣକାରୀ ସତ୍ୟସାଇ ଟିଉଟରିଆଲର ଛାତ୍ରଛାତ୍ରୀ,ପ୍ରାନ୍ତ ସଙ୍ଗୀତ ଗାୟିକା ଶ୍ରୀମତୀ ମିତାଞ୍ଜଳୀ ମିଶ୍ରଙ୍କ ସହ ଅନେକ ବୁଦ୍ଧିଜୀବି ତଥା ପଣ୍ଡିତ ମଣ୍ଡଳୀ, ଶିଳ୍ପୀ ସମ୍ରାଟ ଶ୍ରୀ ପଞ୍ଚାନନ ସୁର,ସହଯୋଗୀ ଶ୍ରୀ ପ୍ରଦୀପ ତ୍ରିପାଠୀ, ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଏବଂ ଶୁଭମ୍ ବାବୁ ସହଯୋଗ କରିଥିଲେ! ଆଗାମୀ ଦିନରେ ବ୍ରହ୍ମପୁର ଠାରେ ପଣ୍ଡିତ ବାଇକୋଳିଙ୍କ ନାମରେ ଏକ ପ୍ଲାନେଟୋରିଅମ୍ ସ୍ଥାପନା ପାଇଁ ଅତିଥିମାନେ ମତପୋଷଣ ରଖିଥିଲେ
!

Post a Comment

أحدث أقدم
Header ADS