BREAKING
Loading...
:

ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ

 


ଶିବିରକୁ ୱାର୍ଡ ନ 20 କର୍ପୋରେଟର ରଞ୍ଜିତା ବେହେରା ଉଦ୍ଘାଟନ କରିଥିଲେ


ବ୍ରହ୍ମପୁର(ନୀଳଚକ୍ର live)ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେଡକ୍ରସ୍ ତରଫରୁ DAV public school, ଗାନ୍ଧୀ ନଗର-2 ଠାରେ ଅଣସଂକ୍ରମିତ ରୋଗ ର ଚିହ୍ନଟ ଓ ନିରାକରଣ ନିମନ୍ତେ ଏକ  ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏଥିରେ 30 ବର୍ଷ ରୁ ଉର୍ଦ୍ଧ ଲୋକ ମାନଙ୍କର ରକ୍ତଚାପ, ମଧୁମେହ ଓ କର୍କଟ ରୋଗ ନିରୂପଣ କରାଗଲା। ଏହା ସହ ଯୋଗ ଶିଖ୍ୟା, ଚକ୍ଷୁ ପରୀକ୍ଷା , କଫ ପରୀକ୍ଷା ମଧ୍ଯ କରାଗଲା ।







ଏଠାରେ ମାଗଣା ସେବା , ପରୀକ୍ଷା ଓ ଔଷଧ ବିତରଣ କରାଗଲା। ଏହି ଶିବିରକୁ ୱାର୍ଡ ନ 20 କର୍ପୋରେଟର ରଞ୍ଜିତା ବେହେରା ଉଦ୍ଘାଟନ କରିଥିଲେ , ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ର ସିଟି ପ୍ରୋଗ୍ରାମ ମ୍ୟାନେଜର ଲମ୍ବୋଦର ଦିଗଲ ଯୋଗଦାନ କରିଥିଲେ। ଏହି ଶିବିରରେ 300 ରୁ ଉର୍ଦ୍ଧ ଲୋକ ଉପକୃତ ହେଲେ । ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରି ଡ ସାଗର ଶତପଥୀ ଙ୍କ ତତ୍ତ୍ଵାବଧାନରେ ପବ୍ଲିକ ହେଲଥ୍ ଉମେଶ କୁମାର ପଣ୍ଡା, ଫାର୍ମାସିଷ୍ଟ ବିମଳ ରାମ ଗନ୍ତାୟତ, ଡାଟା ଆସିଷ୍ଟାଣ୍ଟ ଆକାଉଣ୍ଟ ସୋମନାଥ ସୁବୁଦ୍ଧି ସମେତ ସମସ୍ତ ମେଡ଼ିକାଲ୍ ଷ୍ଟାଫ୍ ଉପସ୍ଥିତ ଥିଲେ ।

Post a Comment

أحدث أقدم
Header ADS