BREAKING
Loading...
:

ସଡ଼କ ଦୁର୍ଘଟନାଗ୍ରସ୍ତ ଆହତଙ୍କୁ ପ୍ରାଥମିକ ସହାୟତା

 


ଜଗନ୍ନାଥ ପ୍ରସାଦ: ୧୯.୧୨.୨୦୨୨ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କଲେଜ ରୋଡ଼ର ଲଙ୍କାଗଡ଼ ଛକ ନିକଟରେ ଯୋଗେନ୍ଦ୍ର ଗୌଡ଼ (୨୭) ଓ ତପନ ପ୍ରଧାନ (୨୪) ଗ୍ରାମ ତାମ୍ବିରି କାଦୁଆ ରାସ୍ତାରୁ  ଜଗନ୍ନାଥ ପ୍ରସାଦ ବାଇକ ଯୋଗେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବୁଲାଣି ରାସ୍ତାର ଖାଲ ଭିତରେ ପଡ଼ି ଯାଇ ଦୁର୍ଘଟନାଗ୍ରସ୍ତ  ହୋଇଥିଲେ । ୨ ଜଣଙ୍କ ମଧ୍ୟରୁ ଜଣଙ୍କର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣଙ୍କର ହାତ ଗୋଡ ଖଣ୍ଡିଆ ହୋଇ ରକ୍ତ ସ୍ରାବ ହୋଇଥିଲା ।





ଏହି ସମୟରେ ରାସ୍ତାରେ ଯାଉଥିବା ବେଳେ ଯୁବ ରେଡକ୍ରସ୍ କାଉନସିଲର ତଥା ରକ୍ଷକ ତାଲିମ୍ ପ୍ରାପ୍ତ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ୨ ଜଣଙ୍କୁ ପ୍ରାଥମିକ ଉପଚାର ଦେଇ ୧୧୨ କୁ ଯୋଗାଯୋଗ କରିଥିବା ବେଳେ ଅଗ୍ନିଶମ ଆମ୍ବୁଲାନ୍ସ ଯୋଗେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଜଗନ୍ନାଥ ପ୍ରସାଦକୁ ପଠାଇ ଥିଲେ । ଏହି ଖବର ଆହତ ବ୍ୟକ୍ତିଙ୍କ ପରିବାରକୁ ଜଣାଇବାରୁ ତାଙ୍କ ପରିବାର ଲୋକ ଡାକ୍ତରଖାନା ରେ ପହଞ୍ଚିଥିଲେ ଓ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତରିତ କରିଥିଲେ ।

Post a Comment

أحدث أقدم
Header ADS