ଜଗନ୍ନାଥ ପ୍ରସାଦ:୨୫.୧୨.୨୦୨୨ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପାଟଣା ଗ୍ରାମରେ ଆଞ୍ଚଳିକ ଡ଼ିଗ୍ରୀ କଲେଜ ଜାତୀୟ ସେବା ଯୋଜନା କୋ-ୟୁନିଟ୍ (ଛାତ୍ରଛାତ୍ରୀ ମାନଙ୍କ) ତରଫରୁ ସପ୍ତ ଦିବସୀୟ ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ ହୋଇ ଯାଇଛି । ଏହି ଶିବିରକୁ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରି କହିଥିଲେ ସ୍ବେଚ୍ଛାସେବୀ ମାନେ ପ୍ରତି ମୁହୂର୍ତ୍ତରେ ଜାଗ୍ରତ ଓ ସଜାଗ ରହି ସର୍ବ ସାଧରଣକୁ ସଚେତନତା ବାର୍ତ୍ତା ଦେଇ "ନିଜ ପାଇଁ ନୁହଁ ତୁମ ମାନଙ୍କ ପାଇଁ" ଉତ୍ସର୍ଗକୃତ ହେବା ଦରକାର ବୋଲି କହିଥିଲେ ଏବଂ ଏହି ଶିବିର ୨୪.୧୨.୨୦୨୨ ଠାରୁ ଆରମ୍ଭ ହୋଇ ୩୦.୧୨.୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହିଥିଲେ ।
ଏହି ଶିବିରରେ ୫୦ ଜଣ ଶିବିରାର୍ଥି (ଛାତ୍ରଛାତ୍ରୀ) ଯୋଗ ଦେଇଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଶିବିରର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଶିବିରାର୍ଥି ମାନଙ୍କୁ ଜଣାଇ ଥିଲେ । ଏହି ଶିବିରରେ ଅର୍ଥନୀତି ଅଧ୍ୟାପକ ଡ଼ଃ ବିନୋଦ କୁମାର ଦାଶ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସ୍ବେଚ୍ଛାସେବୀ ମାନେ କିପରି ଶୃଙ୍ଖଳାଗତ ଭାବେ ଶିବିରରେ ରହି ସର୍ବ ସାଧାରଣଙ୍କୁ ସଚେତନତା ମାଧ୍ୟମରେ ବିଭିନ୍ନ ପ୍ରକାର ବାର୍ତ୍ତା ଦେବା ପାଇଁ କହିଥିଲେ ।
ତତ୍ ସଙ୍ଗେ ସଙ୍ଗେ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଅଧ୍ୟାପିକା ଶ୍ରୀମତୀ ସୁଚରିତା କର, ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଓ ଅଧ୍ୟାପକ ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ ଯୋଗ ଦେଇ ଶିବିରାର୍ଥି ମାନଙ୍କୁ ଜାତୀୟ ସେବା ଯୋଜନା ବିଷୟରେ ଉଦବୋଧନ ଦେଇଥିଲେ । ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣିଙ୍କ ସମେତ କଲେଜର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ପୁରାତନ ସ୍ବେଚ୍ଛାସେବୀ ସରୋଜ କୁମାର ନାୟକଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ମାନେ ଜଗନ୍ନାଥପାଟଣା ଗ୍ରାମର ବିଭିନ୍ନ ସାହି ପଦଯାତ୍ରାରେ ଯାଇ ସ୍ଲୋଗାନ ଦେଇ ଲୋକ ମାନଙ୍କୁ ସଚେତନତା କରିଥିଲେ ।

إرسال تعليق