BREAKING
Loading...
:

ଜାତୀୟ ସେବା ଶିବିର ଉଦଯାପିତ


ଜଗନ୍ନାଥ ପ୍ରସାଦ:୩୦.୧୨.୨୦୨୨ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପାଟଣା ଗ୍ରାମରେ ଆଞ୍ଚଳିକ ଡ଼ିଗ୍ରୀ କଲେଜ ଜାତୀୟ ସେବା ଯୋଜନା କୋ-ୟୁନିଟ୍ (ଛାତ୍ରଛାତ୍ରୀ ମାନଙ୍କ) ତରଫରୁ ଆୟୋଜିତ ସପ୍ତ ଦିବସୀୟ ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ୨୪.୧୨.୨୦୨୨ ଠାରୁ ଆରମ୍ଭ ହୋଇ ୩୦.୧୨.୨୦୨୨ ତାରିଖରେ ଉଦଯାପିତ ହୋଇଯାଇଛି । ଶିବିରାର୍ଥି ମାନେ ଦ୍ୱିପହରରେ ଗୌଡ଼ ପଙ୍କାଳ ସାହି ଗ୍ରାମକୁ ପଦଯାତ୍ରାରେ ଯାଇ ସେଠାରେ ଲୋକଙ୍କୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନତା କରିଥିଲେ । ପରେ ପରେ ଅପରାହ୍ନରେ ଶିବିର ପରିସରରେ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ସଭାପତିତ୍ବରେ ଏକ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ, ମୁଖ୍ୟ ବକ୍ତା ଭାବେ ଶିଶୁ ସମନ୍ଵିତ ପ୍ରକଳ୍ପ ଅଧିକାରୀଣୀ ଶ୍ରୀମତୀ ଦର୍ଶନି ନାୟକ ଓ ସମ୍ମାନିତ ଅତିଥି ଭାବେ ଅଞ୍ଚଳ ପରିଦର୍ଶିକା ଶ୍ରୀମତୀ ମିଲିମା ପଣ୍ଡା ଯୋଗ ଦେଇଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ସଭାର ଉଦ୍ଦେଶ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ସ୍ବେଚ୍ଛାସେବୀ ପ୍ରିୟଙ୍କା ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସ୍ବେଚ୍ଛାସେବୀ ସୁଶ୍ରୀ ପୂଜାରାଣୀ ପାତ୍ର ଓ ଆଶିଷ ପାଢ଼ୀ ସାତ ଦିନର ଶିବିର ଅନୁଭୂତି ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଶିବିରାର୍ଥି ମାନଙ୍କୁ ନାରୀ ଶିକ୍ଷା, ଶିଶୁ ସୁରକ୍ଷା ଓ ପୋଷଣ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ମୁଖ୍ୟ ଅତିଥି ସ୍ବେଚ୍ଛାସେବୀ ମାନଙ୍କୁ ଗୃହ ଛାଡ଼ି ଜନ ସେବାରେ ନିଜର ସାତ ଦିନ ଉତ୍ସର୍ଗୀକୃତ କରିଥିବାରୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସମସ୍ତେ ଜଣେ ଜଣେ ଶ୍ରେଷ୍ଠ ସ୍ବେଚ୍ଛାସେବୀ ହୋଇ ଦେଶ ମାତୃକାର ସେବା କରିବାକୁ ଆହ୍ବାନ ଦେଇଥିଲେ । ସଭାପତି ଶ୍ରୀଯୁକ୍ତ ସନାତନ ସାହୁ ଶିବିର ସଫଳତାର ସହ ସମାପନ ହୋଇଥିବାରୁ ସ୍ବେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ ସ୍ବେଚ୍ଛାସେବୀ ଜଣେ ଜଣେ ଆଦର୍ଶ ସ୍ବେଚ୍ଛାସେବୀ ହୋଇ ନେତୃତ୍ଵ ନେଇ କଲେଜ ଜାତୀୟ ସେବା ଯୋଜନାର ନାମ ଜିଲ୍ଲା ଓ ରାଜ୍ୟ ସ୍ତରରେ ପହଞ୍ଚାଇବାକୁ କହିଥିଲେ । ପରେ ପରେ ପୁରାତନ ସ୍ବେଚ୍ଛାସେବୀ ସରୋଜ କୁମାର ନାୟକଙ୍କ ପରିଚାଳନାରେ ସ୍ବେଚ୍ଛାସେବୀ ମାନେ ସଚେତନ ଧର୍ମି ସାଂସ୍କୃତିକ କାର୍ଯ୍ୟକ୍ରମ ଅତିଥି ମାନଙ୍କ ଆଗରେ ପରିବେଷଣ କରିଥିଲେ
ପୁରାତନ ସ୍ବେଚ୍ଛାସେବୀ ବିଭୂତି ଭୂଷଣ ନାୟକ, କାହ୍ନୁ ଚରଣ ପ୍ରଧାନ, ପ୍ରଭଞ୍ଜନ ନନ୍ଦନ ପ୍ରସାଦ ପ୍ରଧାନ, ରାଜୀବ ନାୟକ ଓ ଶିବିରାର୍ଥି ଗୋପାଳ ନାୟକ, ଜ୍ୟୋତି ପ୍ରଧାନ, ଅଭୟ ପ୍ରଧାନ, ଗଙ୍ଗା ଭୋଇ, ଫକୀର ମୋହନ ସେନାପତି,  ପି କ୍ରିଷ୍ଣା ରାଓ, ଶିଖା ବାରିକ, ଶ୍ରଦ୍ଧାଞ୍ଜଳି ସାହୁ, ଚୁମୁକି ସାହୁ, ଅନିଲ କୁମାର ସେନାପତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ  ଅଧ୍ୟକ୍ଷଙ୍କ ଦ୍ଵାରା ଶିବିର ଉଦଯାପିତ ଘୋଷଣା କରାଯାଇଥିଲା ।

Post a Comment

أحدث أقدم
Header ADS