BREAKING
Loading...
:

ବୃତ୍ତି ପରାମର୍ଶ ଶିବିର ଅନୁଷ୍ଠିତ


ଜଗନ୍ନାଥ ପ୍ରସାଦ:୧୦.୦୧.୨୦୨୩ (ନୀଳଚକ୍ର live)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଶ୍ରୀ ଗ୍ରୁପ୍ ଅଫ୍ ଇନ୍ ଷ୍ଟିଚୁଟ୍, କୋମଣ୍ଡ, ନୟାଗଡ଼ ଆନୁକୁଲ୍ୟରେ ଏକ  ଜୀବନ ଶୈଳୀ ଗଠନ ପକ୍ରୀୟାର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପରାମର୍ଶ ଶିବିରକୁ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ଆଇ.କ୍ୟୁ.ଏ.ସି. ମୁଖ୍ୟ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।  ଶ୍ରୀ ଗ୍ରୁପ୍ ଅଫ୍ ଅନୁଷ୍ଠାନର କୋମଣ୍ଡର ପ୍ରଶିକ୍ଷକ ପ୍ରଫେସର ଆଲୋକ ବେହେରା, ପ୍ରଫେସର୍ ଜ୍ଞାନେନ୍ଦ୍ର ବେହେରା, ସନ୍ତୋଷ କୁମାର ପ୍ରଧାନ ଓ ଚିତ୍ତରଞ୍ଜନ ଜେନା ପ୍ରମୁଖ  +୩  ପାଠ୍ୟକ୍ରମ ପରେ ଏମ.ବି.ଏ, ବି.ଏଡ଼, ଏମ.ଏ ଇତ୍ୟାଦି ବିଷୟରେ ଅଧୟନ କରିବା ପାଇଁ ପରାମର୍ଶ ଦେବା ସହିତ ଶ୍ରୀ ଗ୍ରୁପ୍ ଅଫ୍ ଅନୁଷ୍ଠାନରେ ଅଧୟନରତ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ ।


ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ନିଜ ବକ୍ତବ୍ୟରେ ଉଚ୍ଚ ଶିକ୍ଷାର ବିକାଶ କ୍ଷେତ୍ରରେ ଶ୍ରୀ ଗ୍ରୁପ୍ ଅଫ୍ ଅନୁଷ୍ଠାନର ଭୂମିକାକୁ ପ୍ରଶଂସା କରିବା ସହିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ଶିବିରରେ ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼ଃ ବିନୋଦ କୁମାର ଦାଶ, ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଅଧ୍ୟାପକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପ୍ରଧାନ, ଗ୍ରନ୍ଥା ଗାରିକ ଶ୍ରୀ ରଘୁନାଥ ପାଣି, ଡ଼ି.ଇ.ଓ ସରୋଜ କୁମାର ନାୟକ ଶିବିରରେ ଉପସ୍ଥିତ ଶିବିରକୁ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

أحدث أقدم
Header ADS