BREAKING
Loading...
:

ଆଞ୍ଚଳିକ ଡ଼ିଗ୍ରୀ କଲେଜରେ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

 


ଜଗନ୍ନାଥ ପ୍ରସାଦ:୧୩.୦୧.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ତରଫରୁ ୨୨ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ କ୍ରୀଡ଼ା ଉତ୍ସବର ମଶାଲ ଶୋଭାଯାତ୍ରାକୁ ପତାକା ଦେଖାଇ ମା କରଞ୍ଜେଇ ପୀଠରୁ ଆରମ୍ଭ କରିଥିଲେ । ଏହି ମଶାଲ ଶୋଭାଯାତ୍ରା ବଜାର, ବଡ଼ଦାଣ୍ଡ ଏବଂ ବ୍ଲକ ଛକ ଦେଇ କଲେଜର ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲା । ତତ୍ ପରେ ଅଧ୍ୟକ୍ଷ ଉକ୍ତ ଷ୍ଟାଡିୟମ୍ ଠାରେ କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହିତ କ୍ରୀଡ଼ାବିତ୍ ମାନଙ୍କୁ ଶପଥ ପାଠ କରାଇଥିଲେ । ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ପ୍ରତିଯୋଗି ମାନେ ବିଭିନ୍ନ ପ୍ରତିଯୋଗିତାରେ ନାମ ପଞ୍ଜିକରଣ କରି ନିଜ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବା ନିମନ୍ତେ କ୍ରୀଡ଼ା ବିଚାରପତି ମାନଙ୍କ ସହିତ ପଡ଼ିଆ ମଧ୍ୟରେ ଅବତୀର୍ଣ୍ଣ ହୋଇଥିଲେ । ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ଅଲଗା ଅଲଗା ୧୦୦ ଏବଂ ୨୦୦ ମିଟର ଦୌଡ଼, ଲମ୍ବା ଏବଂ ଉଚ୍ଚ ଡିଆଁ, ସଟଫୁଟ୍ ଏବଂ ଦିସ୍ କସ୍ ଥ୍ରୋ, ଧିର ସାଇକେଲ ଚାଳନା, କୌଉତିକିଆ ପୋଷାକ ଓ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କ୍ରିଡ଼ା ବିଚାରପତି ଭାବେ ଡ଼ଃ ବିନୋଦ କୁମାର ଦାଶ, ଡ଼ଃ ପ୍ରମୋଦ କୁମାର ଚୌଧୁରୀ, ଅଧ୍ୟାପକ ବିଭୂତି ଭୂଷଣ ପ୍ରଧାନ ଓ ଅଧ୍ୟାପକ ବିରଞ୍ଚି ନାରାୟଣ ପ୍ରଧାନ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ପ୍ରଧାନ ଓ ଅଧ୍ୟାପକ ନିରଞ୍ଜନ ଶତପଥୀ ସୁଚାରୁରୂପେ ପରିଚାଳନା କରିଥିଲେ । ଗ୍ରାନ୍ଥାଗରିକ ରଘୁନାଥ ପାଣି, ସନ୍ତୋଷ କୁମାର ଦଳାଇ ଓ ଡି.ଇ.ଓ. ସରୋଜ କୁମାର ନାୟକ ନାମ ପଞ୍ଜିକରଣ, ପ୍ରଚାର ଓ ସ୍କୋରର ଇତ୍ୟାଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କଲେଜର ସମସ୍ତ କର୍ମଚାରୀଙ୍କ ସମେତ ସ୍ଵେଚ୍ଛାସେବୀ ଗୋପାଳ ନାୟକ, ଅଭୟ ପ୍ରଧାନ, ଗଙ୍ଗାଧର ଭୋଇ, ଫକୀର ମୋହନ ସେନାପତି, ଅନୀଲ କୁମାର ସେନାପତି, ଚନ୍ଦନ ସେନାପତି, ନୀଳାଞ୍ଚଳ ପ୍ରଧାନ, କ୍ରିଷ୍ଣା ରାଓ,  ଜ୍ୟୋତି ପ୍ରଧାନ, ପୂଜା ପ୍ରଧାନ, ଶ୍ରଦ୍ଧାଞ୍ଜଳି ସାହୁ , ପୂଜା ପାତ୍ର, ଚୂମୁକି ସାହୁ, ସୁମିତ୍ରା ନାୟକ, ସଂଗୀତା ନାୟକ, ସୁଜାତା ପ୍ରଧାନ, ଓ କାଜଲ ଗନ୍ତାୟତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ କ୍ରୀଡ଼ା ପତାକାକୁ ଅବତରଣ କରି କ୍ରୀଡ଼ା ଶିକ୍ଷକଙ୍କୁ ହସ୍ତାନ୍ତର କରି ବାର୍ଷିକ କ୍ରୀଡ଼ାକୁ ସମାପନ ଘୋଷଣା କରିଥିଲେ ।

Post a Comment

أحدث أقدم
Header ADS