BREAKING
Loading...
:

ଭଞ୍ଜନଗର କୋର୍ଟ ରେ 2023 ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ,୧୪୧ଟି କେଶ ର ମିମାଂସା


 ଭଞ୍ଜନଗର(ନିରାକାର ସାହୁ) ତlଲୁକ୍ ଆଇନ୍ ସେବା କମିଟି,ଭଞ୍ଜନଗର ତରଫରୁ ରାଷ୍ଟ୍ରୀୟ ଲୋକ ଅଦାଲତ କୋର୍ଟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ, ତାଲୁକ୍ ଆଇନ୍ ସେବା କମିଟି - ଦେବଦତ୍ତ ପଟ୍ଟନାୟକ,ବରିଷ୍ଠ ଦେୱାନୀ ବିଚାରପତି - ସୋମଲିନା ମିଶ୍ର,SDJM - ଅମିତ୍ କୁମାର ,JMFC - ସନ୍ଧ୍ୟା ସୁଚରିତା ପ୍ରମୁଖ କେଶ ପରିଚାଳନା କରି ରାୟ ଶୁଣେଇ ଥିଲେ।

ଲୋକ ଅଦାଲତ ବେଞ୍ଚ୍ ସଦସ୍ୟ - ଡ. ପୂର୍ଣ୍ଣଚନ୍ଦ୍ର ତ୍ରୀପାଠୀ, ସୋମନାଥ ନାୟକ ,ତlଲୁକ୍ ଆଇନ୍ ସେବା କମିଟି , ସଦସ୍ୟା - ଅଳକା ମଞ୍ଜରୀ ପଟ୍ଟନାୟକ, ଉପସ୍ଥିତ ଥିଲେ।ଓକିଲ ସଂଘ ର ସଭାପତି ସନ୍ତୋଷ କୁମାର ନାୟକ,ଆଇନଜୀବୀ  ସନ୍ତୋଷ କୁମାର ତିଆଡି, ଗୋପାଳ ତ୍ରିପାଠୀ,ବଂଶୀଧର ପ୍ରଧାନ, ସୁଧୀର ରଂଜନ ମହାପାତ୍ର, ଦେବି ପ୍ରସାଦ, ସମୀର ନାୟକ, ଅରୁଣ କୁମାର ପାଢ଼ୀ, ପ୍ରକାଶ ଚନ୍ଦ୍ର ମହପାତ୍ର କେଶ ପରିଚାଳନା କରିଥିଲେ।

କୋର୍ଟ କର୍ମଚାରୀ ଅଙ୍କନ୍ ପ୍ରଧାନ, ସୁନିଲା ମୁଦୁଲି, , ଶଙ୍କର ମହାନ୍ତି, ମିଥୁନ ଗୌଡ଼ , ଟି. ବି. ପଟ୍ଟନାୟକ ଉପସ୍ଥିତ ରହିଥିଲେ।19 ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା ସମାଧାନ  ହୋଇ  76ଲକ୍ଷ,68 ହଜାର ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା। NI Act cases u/s 138 - 03, Rs. 2,69,965/-,Bank Recovery cases - 11, Rs. 19,45,025/, Criminal Compoundable Case - 03, Matrimonial Dispute - 01,Civil Cases - 10Criminal Cases - 94,Total Case disposal - 141ହୋଇ 98,82,990/ ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା।

Post a Comment

أحدث أقدم
Header ADS