ଜଗନ୍ନାଥ ପ୍ରସାଦ: ୧୧-୦୨-୨୦୨୩ ରିଖ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଇତିହାସ ବିଭାଗ ତରଫରୁ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ସଭାପତିତ୍ବରେ ଶୀର୍ଷକ "ଫରାସୀ ରାଷ୍ଟ୍ର ବିପ୍ଳବ" ସାପ୍ତାହିକ ପାଠଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପାଠଚ଼କ୍ରକୁ ଆରମ୍ଭ କରିଥିଲେ ।
ପାଠଚ଼କ୍ରରେ ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସନ୍ଦର୍ଭକୁ ପାଠ କରିଥିଲେ ତୃତୀୟ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ସୁଶ୍ରୀ ପୂଜା ରାଣୀ ପାତ୍ର । ଏହାପରେ ଇତିହାସ ବିଭାଗୀୟ ମୁଖ୍ୟ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ସନ୍ଦର୍ଭ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ । ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଏହାପରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ମହୋଦୟ ଫରାସୀ ରାଷ୍ଟ୍ର ବିପ୍ଳବ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ।
ଏହି ପାଠଚ଼କ୍ରରେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଅଧ୍ୟାପକ ଶ୍ରୀ ଶ୍ରୀକାନ୍ତ ପାତ୍ର, ଓଡ଼ିଆ ଅଧ୍ୟାପକ ଶ୍ରୀ ପଞ୍ଚାନନ ପୋଲାଇ ଯୋଗ ଦେଇଥିଲେ । ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ଡି.ଇ.ଓ ସରୋଜ କୁମାର ନାୟକ ଓ କଲେଜର ସମସ୍ତ କର୍ମଚାରୀ ଓ ସ୍ବେଚ୍ଛାସେବୀ ଗୋପାଲ ନାୟକ, ପ୍ରମୋଦ କୁମାର ସାମଲ, କାଜଲ ଗନ୍ତାୟତ, ଅମ୍ବିକା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ବିଭୁତି ଭୁଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

إرسال تعليق