BREAKING
Loading...
:

ଭଞ୍ଜନଗର ଓକିଲ ସଂଘ ନିର୍ବାଚନ,ସଭାପତି- ଅଭିମନ୍ୟୁ ଗୌଡ଼ , ଉପସଭାପତି -ରଜତ କୁମାର ଦାସ, ସମ୍ପାଦକ -ହରେକୃଷ୍ଣ ମହାପାତ୍ର, ସହ-ସମ୍ପାଦକ - ଚନ୍ଦ୍ରମଣି ମହାପାତ୍ର ଓ କୋଷାଧ୍ୟକ୍ଷ- ଗିରିଜା ଶଙ୍କର ଭୂୟାଁ

 


ଭଞ୍ଜନଗର(ନିରାକାର ସାହୁ)ଗଂଜାମ ଜିଲ୍ଲାର ସୁନାମଧନ୍ୟ ଓକିଲ ସଂଘ ଭଞ୍ଜନଗର ଓକିଲ ସଂଘ ର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି।ସଭାପତି ରୂପେ ବରିଷ୍ଠ ଓକିଲ ଅଭିମନ୍ୟୁ ଗୌଡ଼, ଉପସଭାପତି ରୂପେ ରଜତ କୁମାର ଦାସ, ସମ୍ପାଦକ ରୂପେ ହରେକୃଷ୍ଣ ମହାପାତ୍ର, ସହ-ସମ୍ପାଦକ ରୂପେ ଚନ୍ଦ୍ରମଣି ମହାପାତ୍ର ନିର୍ବାଚିତ ହୋଇ ଛନ୍ତି ଓ ପୂର୍ବ ରୁ କୋଷାଧ୍ୟକ୍ଷ ରୂପେ ଗିରିଜା ଶଙ୍କର ଭୂୟାଁ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇ ଥିଲେ ବୋଲି ନିର୍ବାଚନ ଅଧିକାରୀ ତ୍ରିନାଥ ମଳିକ ସୂଚନା ଦେଇଛନ୍ତି।

ମାର୍ଚ୍ଚ 25 ତାରିଖ ଶନିବାର ସକାଳ 8 ଟା ରୁ ମତ ଦାନ ଆରମ୍ଭ ହୋଇ 3 ଯାଏ ମତଦାନ ହୋଇଥିଲା ଓ ଅପରାହ୍ନ 4 ଟା ବେଳକୁ ଭୋଟ ଗଣତି ହୋଇଥିଲା।ଓକିଲ ସଂଘ ର ନବନିର୍ବାଚିତ କର୍ମକର୍ତ୍ତା ମାନେ ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କୁ ତାଙ୍କ ଅଗଝୋଳ ସ୍ଥିତ ବାସଭବନ ରେ ଭେଟିଥିଲେ।ମାନ୍ୟବର ବାଚସ୍ପତି ଶ୍ରୀ ଯୁକ୍ତ ଆରୁଖ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ସୁବେତ୍ସା ଜଣେଇବା ସହ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଓକିଲ ସଂଘର ନୂତନ କର୍ମକର୍ତ୍ତା ଙ୍କୁ ବରିଷ୍ଠ ସରକାରୀ ଓକିଲ M.ତାଜ ଆଦେନି,ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଦିବାକର ନାୟକ,ଓ ରଞ୍ଜିତ ମିଶ୍ର, ପାର୍ଥ ସାରଥି ଗୌଡ଼, ନିରାକାର ସାହୁ,ସୁଶାନ୍ତ ତିଆଡି,ଛବିଲାଲା ପୃଷ୍ଟି, ସମେତ ଓକିଲ ମାନେ ଅଭିନନ୍ଦନ ଜଣେଇ ଛନ୍ତି।ନିର୍ବାଚନ ଅଧିକାରୀ ରୁପେ ତ୍ରିନାଥ ମଳିକ, ସମସ୍ତ କାର୍ଯ୍ୟ ସୁଚାରୁରୂପେ ଚଳେଇ ଥିବା ବେଳେ ତାଂକୁ ବିମ୍ବାଧର ସଢଙ୍ଗୀ, ଅକ୍ଷୟ ସାହୁ, ଧ୍ରୁବ ତ୍ରିପାଠୀ, ଗିରିଜା ଶଙ୍କର ଭୂୟାଁ,ବଂଶୀଧର ପ୍ରଧାନ ପ୍ରମୁଖ ସହାୟତା କରିଥିଲେ

Post a Comment

أحدث أقدم
Header ADS