BREAKING
Loading...
:

ଭଞ୍ଜନଗର ଓକିଲ ସଂଘ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ପାଠ ଓ ଦାୟିତ୍ୱ ଗ୍ରହଣ


ଭଞ୍ଜନଗର(ନିରାକାର ସାହୁ)ଭଞ୍ଜନଗର ଓକିଲ ସଂଘ ର ନୂତନ କର୍ମକର୍ତ୍ତାଙ୍କ ଶପଥ ପାଠ ଉଛବ ସଙ୍ଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି।ନିର୍ବାଚନ ଅଧିକାରୀ ଓକିଲ ତ୍ରିନାଥ ମଳିକ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ପଦ ଓ ଗୋପନୀୟ ତା ର ଶପଥ ପାଠ କରେଇ ଥିଲେ।ବିଦାୟୀ ସଭାପତି ବରିଷ୍ଠ ଓକିଲ ସନ୍ତୋଷ କୁମାର ନାୟକ ପ୍ରାରମ୍ଭିକ ଅଭିଭାଷଣ ରେ ନୂତନ କର୍ମକର୍ତା ଙ୍କୁ ସ୍ୱାଗତ କରିଥିଲେ।2023 -2024 ପାଇଁ ନୂତନ କର୍ମକର୍ତ୍ତା ଙ୍କ ପାଈଁ ମାର୍ଚ୍ଚ 25 ରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇ ଥିଲା।










ଆଜି ନୂତନ ସଭାପତି ରୂପେ ବରିଷ୍ଠ ଓକିଲ ଅଭିମନ୍ୟୁ ଗୌଡ଼, ଉପସଭାପତି ରୂପେ ଯୁବ ଓକିଲ ରଜତ କୁମାର ଦାସ,ସଂପାଦକ ରୂପେ ଯୁବ  ଓକିଲ ହରେ କୃଷ୍ଣ ମହାପାତ୍ର, ସହ-ସଂପାଦକ ରୂପେ ଯୁବ ଓକିଲ ଚନ୍ଦ୍ରମଣି ମହାପାତ୍ର, କୋଷାଧ୍ୟକ୍ଷ ରୂପେ ଗିରିଜା ଶଙ୍କର ଭୂୟାଁ,ଓ









କାର୍ଯ୍ୟନିର୍ବାହୀ ସଦସ୍ୟ ରୂପେ ବରିଷ୍ଠ ଓକିଲ ଲଷ୍ମୀକାନ୍ତ ମହାପାତ୍ର, ବରିଷ୍ଠ ଓକିଲ ଦିବାକର ନାୟକ, ବରିଷ୍ଠ ଓକିଲ ସୁଶ୍ରୀ ଅଳକା ମଞ୍ଜରି ପଟ୍ଟନାୟକ, ବରିଷ୍ଠ ଓକିଲ ସନ୍ତୋଷ କୁମାର ତିଆଡି, ଓ ବରିଷ୍ଠ ଓକିଲ ଅଶ୍ୱିନୀ କୁମାର ପାଣିଗ୍ରାହୀ ପ୍ରମୁଖ ଶପଥ ପାଠ କରି 23 -24 ମସିହା ପାଇଁ ଭଞ୍ଜନଗର ଓକିଲ ସଂଘ ର ଦାଇତ୍ଵ ଗ୍ରହଣ କରିଥିଲେ।ଏହି ଅବସରରେ ଓକିଲ ସଂଘ ର ବହୁ ଓକିଲ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS