BREAKING
Loading...
:

ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର ୯୮ ତମ ବାର୍ଷିକ ସାଧାରଣ ସଭା

 


ଆସିକା(ନୀଳଚକ୍ର Live)ଗଂଜାମ ଜିଲ୍ଲା ଆସ୍କା ସ୍ଥିତ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ର 98ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।l ଏହି ବୈଠକ ରେ ବ୍ୟାଙ୍କ ସଭାପତି ମଙ୍ଗୁଳୁ ଧର ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପସଭାପତି ଜ୍ୟୋତୀ ପ୍ରଭା ବାରିକ,ପରିଚାଳନା ବୋର୍ଡ ର ନିର୍ଦ୍ଦେଶକ ତନୁଲତା ବିଷୋୟୀ, ପ୍ରମୋଦ ସ୍ୱାଇଁ,କେଳା ନାୟକ, ନାରସୁ ପ୍ରଧାନ, ଗଙ୍ଗାଧର ପାତ୍ର, ସୁମନ୍ତ ବିଶୋଇ,ବସନ୍ତ ସ୍ୱାଇଁ, ବିପିନ ସ୍ୱାଇଁ, ହୃଷିକେଶ ମେହେଣା, ନନ୍ଦିନୀ ଭୂୟାଁ, ଯୋତ୍ସା ଗୌଡ଼ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ୟାଙ୍କ ସମ୍ପାଦକ ନାରାୟଣ ମାଢେଇ ବିବରଣୀ ପଠନ କରିଥିଲେ l   

ପୂର୍ବ ବୈଠକ ର ନିତି ନିର୍ଦ୍ଧରଣକୁ  ଆଜିର ସାଧାରଣ ପରିଷଦ ବୈଠକ ଅନୁମୋଦନ କରା ଯାଇଥିଲା।,2022-23 ଆର୍ଥିକ ବର୍ଷ ର ବାର୍ଷିକ ବିବରଣୀ ପଠନ ଏବଂ ଅନୁମୋଦନ, ଆୟ ବ୍ୟୟ ହିସାବ ପଠନ ଓ ଅନୁମୋଦନ,2023-24 ଓ 2024-25 ବର୍ଷ ର ବଜେଟ ଓ ଉନ୍ନୟନ ଯୋଜନା କୁ ଅନୁମୋଦନ, ବ୍ୟାଙ୍କର ଅଧିକୃତ ପୁଞ୍ଜିର ସଂଶୋଧନ ନିମନ୍ତେ ଅନୁମୋଦନ,2023-24 ମାସିକ ସମୀକ୍ଷା ପାଇଁ ନିୟୋଜିତ ହୋଇଥିବା ଚାର୍ଟଡ଼ ଫର୍ମ ର ଅନୁମୋଦନ, ସରକାରୀ ନିବେଶର ଅନୁମୋଦନ, ମାନବ ସମ୍ବଳନିତୀର ସଂଶୋଧନ ର ଅନୁମୋଦନ କରାଯାଇଥିଲା l ଡ଼ାଇରେକ୍ଟର ମାନେ ଚାଷୀ ଓ ଚାଷ ର ଉର୍ଣ୍ଣତି ପାଇଁ ବିଭିନ୍ନ ଦାବୀ ଉପସ୍ଥାପନ କରିଥିଲେ।


ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତିର ର ଡ଼ାଇରେକ୍ଟର ନିରାକାର ସାହୁ ମଧ୍ୟ ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ, ତନ୍ମଧ୍ୟରୁ ଜଗନ୍ନାଥ ପ୍ରସାଦ ସୋସାଇଟି ମଧ୍ଯରେ ଅଲୋଡ଼ା ହୋଇ ପଡ଼ି ରହିଥିବା atm ଗାଡ଼ି ରକ୍ଷଣା ବେକ୍ଷଣ, କମାଧେନୁ ସୋସାଇଟି ର ଗଠନ ସମୟରେ ତ୍ରୁଟି ର ତଦନ୍ତ ,ଓ  ତ୍ରିସ୍ତରିୟ ପଂଚାୟତ ନିର୍ବାଚନ ରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଯେପରି remunartion ଦିଆ ଯାଉଛି ସେହିପରି ସୋସାଇଟି ର ଡ଼ାଇରେକ୍ଟର ମାନଙ୍କୁ ମଧ୍ୟ ପ୍ରଦାନ କରା ଯାଉ ବୋଲି ନିଜ ବକ୍ତବ୍ୟ ରେ ମତ ଉପସ୍ଥାପନ କରିଥିଲେ।ଶେଷରେ ସମ୍ପାଦକ ଧନ୍ୟବାଦ ପ୍ରଦାନ କରିଥିଲେ l


ଏହି ବୈଠକ ରେ 191 ସମବାୟ ସମିତିର ଶତାଧିକ ସଦସ୍ୟ ଯୋଗ ଦେଇଥିଲେ l

ବ୍ୟୁରୋ ରିପୋର୍ଟ, ନୀଳଚକ୍ର live

Post a Comment

أحدث أقدم
Header ADS