BREAKING
Loading...
:

ନୂଆ-ଓ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)୧୮.୦୧.୨୦୨୪ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ନୂଆଁ-ଓ ତରଫରୁ ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟ ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ଏନ୍. ରାଜେନ୍ଦ୍ରନ୍ ଆୟଙ୍ଗାର୍ ମୂଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ର ଶୁଭମ ମହାନ୍ତି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଅଧ୍ୟକ୍ଷଙ୍କ ଦ୍ଵାରା ଶ୍ରୀଯୁକ୍ତ ଆୟଙ୍ଗାର୍ ମହୋଦୟଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପରେ ପରେ ଛାତ୍ରଛାତ୍ରୀ ଦ୍ୱାରା ଭଜନ, ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ ସହ ଶାସ୍ତ୍ରୀୟ ନୃତ୍ୟ, ପାରମ୍ପାରିକ ନୃତ୍ୟ, ପଶୁମୁଖା ନୃତ୍ୟ, ଚଇତି ଘୋଡ଼ା ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ଇତିହାସ ବିଭାଗୀୟ ମୁଖ୍ୟ ଡ଼ଃ ପ୍ରମୋଦ କୁମାର ଚୌଧୁରୀ, ବରିଷ୍ଠ ଅଧ୍ୟାପକ ଡ଼ଃ ବିନୋଦ କୁମାର ଦାଶ, ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଅଧ୍ୟାପିକା ସୁଶ୍ରୀ ସୁନିତା ବିଷୋୟୀ, ଶ୍ରୀମତୀ ସୁଚରିତା କର, ଅଧ୍ୟାପକ ଶ୍ରୀ ଶ୍ରୀକାନ୍ତ ପାତ୍ର, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ ଏବଂ ସଂଯୋଜକ ଶ୍ରୀ ଶ୍ରୀଯୁକ୍ତ ପଞ୍ଚାନନ ପଲାଇଙ୍କ ପ୍ରତଖ୍ୟ ତତ୍ବାବଧାନରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମକୁ ସରସ, ସୁନ୍ଦର ସୁପରିଚାଳନା କ୍ଷେତ୍ରରେ ଗ୍ରନ୍ଥାଗାରିକ ଶ୍ରୀ ରଘୁନାଥ ପାଣି ଓ ଡି.ଇ.ଓ ସରୋଜ କୁମାର ନାୟକ ସମେତ ସ୍ବେଚ୍ଛାସେବୀ ଶୋଭନ ସାହୁ, ଆଶିଷ ପାଢ଼ୀ, ଫକୀର ମୋହନ ସେନାପତି, ଓମ୍ ପ୍ରକାଶ ପ୍ରଧାନ, ନୀଳାଚଳ ପ୍ରଧାନ, ପବିତ୍ର କୁମାର ନାୟକ, ଭାରତୀ ବେହେରା, ସରିତା ନାଇକ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।

Post a Comment

أحدث أقدم
Header ADS