ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live) ୧୮.୦୧.୨୦୨୪ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ନୂଆଁ-ଓ ତରଫରୁ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଜୟ ଦେବ ଗୌଡ଼ ଅଧ୍ୟକ୍ଷତା କରିଥିଲେ । ଉକ୍ତ ପ୍ରତିଯୋଗିତାରେ ନୋଡାଲ ଅଧିକାରୀ ଅଧ୍ୟାପକ ସୁନିଲ୍ କୁମାର ମୁନି, ସଂଯୋଜକ ଅଧ୍ୟାପକ ସୁନିର କାନ୍ତ ମିଶ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଚାରପତି ଭାବେ ପ୍ରାଧ୍ୟାପିକା ଆରତୀ ମହାପାତ୍ର, ଅଧ୍ୟାପିକା ସୁନୀତା ଗୌଡ଼, ଆସ୍ମା ନନ୍ଦ, ଅଧ୍ୟାପକ ରାଧା ମାଧବ ପ୍ରଧାନ ଓ ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏଥିରେ ଶତାଧିକ ପ୍ରତିଯୋଗୀ ଯୋଗ ଯୋଗଦେଇ ପ୍ରବନ୍ଧ - "ଉତ୍କଳ ସଂସ୍କୃତିରେ ଶ୍ରୀ ଜଗନ୍ନାଥ" ଓ ଗଳ୍ପ - "ଭକ୍ତର ଭଗବାନ ଶ୍ରୀ ଜଗନ୍ନାଥ" ବିଷୟରେ ପ୍ରତିଯୋଗୀ ମାନେ ନିଜସ୍ୱ ଲେଖନୀ ପ୍ରତିପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ି.ଇ.ଓ ସରୋଜ କୁମାର ନାୟକ ସମେତ ସ୍ବେଚ୍ଛାସେବୀ ଗୋପାଳ ପାତ୍ର, ମନୋଜ କୁମାର ପ୍ରଧାନ ଓ ରୁଦ୍ର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।

إرسال تعليق