ଭଞ୍ଜନଗର(ନୀଳଚକ୍ର live):ଗଞ୍ଜାମ ଜିଲ୍ଲା କଂଗ୍ରେସର ପଶ୍ଚିମ ସଭାପତି ଭାବେ ଦାୟିତ୍ୱ ପାଇବା ପରେ ଦଣ୍ଡପାଣି ପାତ୍ର ତୃଣମୂଳ ସ୍ତରରୁ କର୍ମୀଙ୍କୁ ନେଇ ସଂଘଠନ ସଜାଡିବା ଉପରେ ଗୁରୁତ୍ୱାରୋପ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ଭେଟି ଶ୍ରୀ ପାତ୍ର ଆଲୋଚନା କରିଛନ୍ତି। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହ ଲୋକଙ୍କ ସହ ଯୋଡି ହୋଇ ରହିବ ବୋଲି ଶ୍ରୀ ପାତ୍ର ଶୁକ୍ରବାର ଜଳ ସମ୍ପଦ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ବ୍ଲକ ଓ ଜିଲ୍ଲା ସ୍ତରରେ କମିଟି ଗଠନ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ଗଠନ ହୋଇନଥିବା ବୁଥ ଲେବଲ କମିଟି ପୁନଃ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ପୁରୁଣା କର୍ମକର୍ତ୍ତା ଓ କର୍ମୀଙ୍କୁ ପୁଣି ଥରେ କଂଗ୍ରେସକୁ ଫେରାଇ ଆଣିବା ଦିଗରେ କାଯ୍ୟ କରାଯାଉଥିବା ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ବବି ଅନନ୍ତ ନାଗ ରଥ,ଭଞ୍ଜନଗର ନଗର ସଭାପତି ପ୍ରମୋଦ କୁମାର ଭୂୟାଁଙ୍କ ସମେତ କର୍ମୀ ମାନେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

إرسال تعليق