BREAKING
Loading...
:

ଟି.ଏସ. ଡି.ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-୧୪-୦୮-୨୦୨୪ବିଡିପୁର ସ୍ଥିତ  ତେନ୍ତୁଳିଆ ଶାସନ ଦେଵସ୍ଥାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧକ୍ଷ ଶ୍ରୀ ଚିଂନ ବଦ୍ରି ନାରାୟଣ ପାତ୍ର ଙ୍କ ପୌରହିତ ରେ  ଯୁକ୍ତ ଦୁଇ ନବାଗତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜି ପ୍ରବେଶ ଉତ୍ସବ  ଅନୁଷ୍ଠିତ ହୋଇଛି |ଉକ୍ତ ଆନୁଷ୍ଠାନିକ ଉତ୍ସବ ରେ ତିନି  ଶହ ରୁ ଅଧିକ ଛାତ୍ରଛାତ୍ରୀ  ବିଦ୍ୟାଳୟର  ସମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବ ରେ  ଯୋଗ ଦେଇଥିଲେ |ପ୍ରଶାସନିକ ଅଧିକାରୀ ଶ୍ରୀ ଦିଲ୍ଲୀପ  କୁମାର ତ୍ରିପାଠୀ ,ଶୈକ୍ଷିକ ଅଧିକାରୀ ଶ୍ରୀ ଅଲେଖ ଚନ୍ଦ୍ର ଘଡ଼ାଇ ,ମୋ  କଲେଜ ଅଭିଯାନର  ଆବାହକ  ଶ୍ରୀ ମାଧବ ଦଳାଇ , ୟୁ .ଜି .ସି  ସଂଯୋଜକ ଡ଼ଃ . ଭଞ୍ଜ କିଶୋର ରଣା ,କୋଷାଧିକାରୀ ଡ଼ଃ  ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ,ଇକାକ  ସଂଯୋଜକ  ଡ଼ଃ  ଯଶୋବନ୍ତ  ପାନ , କର୍ମଚାରୀ ପରିଷଦ  ସମ୍ପାଦକ ଡ଼ଃ  ନଟବର ଜେନା , କର୍ମଚାରୀ  ସଂଘର   ସହ ସମ୍ପାଦିକା  ଶ୍ରୀମତୀ  ଅର୍ଚନା ପ୍ରିୟଦର୍ଶିନୀ  ପ୍ରଭୁତି ମଞ୍ଚାସୀନ  ଥିଲେ |

ଇଂରାଜୀ  ବିଭାଗର ମୁଖ୍ୟ  ଶ୍ରୀ ସୁକାନ୍ତ କୁମାର ପଣ୍ଡା  ଅତିଥି ମାନଙ୍କୁ ମଞ୍ଚକୁ  ସ୍ୱାଗତ କରିଥିଲେ  ଏବଂ  ମଞ୍ଚାସୀନ  ଅତିଥି ମାନେ  ବିଦ୍ୟାଳୟ ର ନିୟମ କାନୁନ , ପାଠ୍ୟକ୍ରମ  , ପରୀକ୍ଷା ପଦ୍ଧତି  ତଥା  ସରକାରଙ୍କର  ଛାତ୍ରଛାତ୍ରୀ  ମାନଙ୍କ ପାଇଁ  ଶିକ୍ଷା ସମ୍ପର୍କିତ    ବିଭିନ୍ନ   ଯୋଜନା  ସମ୍ପର୍କରେ  ଅବଗତ କରାଇଥିଲେ |ୟୁ .ଜି .ସି  ସଂଯୋଜକ ଡ଼ଃ ରଣା  ବିଦ୍ୟାଳୟ ର ଇତିହାସ ଉପରେ ଆଲୋକପାତ  କରାଇଥିଲେ |ଏବଂ ଏହି କାର୍ଯ୍ୟକ୍ରମ ରେ   ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଓ  ଅଣ ଶୈକ୍ଷିକ  କର୍ମଚାରୀ  ଉପସ୍ଥିତ ଥିଲେ ଓ ଛାତ୍ରଛାତ୍ରୀ  ମାନଙ୍କୁ  ଲଘୁପାନୀୟ  ଦେଇ   ଉତ୍ସାହିତ କରାଯାଇଥିଲା |  ପ୍ରାଣୀବିଜ୍ଞାନ  ବିଭଗ ର ମୁଖ୍ୟ  ଶ୍ରୀମତୀ  ସୁଶ୍ରୀ  ସଂଗୀତା ମହାପାତ୍ର  ଧନ୍ୟବାଦ ଅର୍ପଣ କରିଥିଲେ  |

Post a Comment

أحدث أقدم
Header ADS