BREAKING
Loading...
:

ବିଡିପୁରସ୍ଥିତ ତେନ୍ତୁଳିଆ ଶାସନ ଦେଵସ୍ଥାନ ମହାବିଦ୍ୟାଳୟ ରେ 78 ତମ ସ୍ୱାଧୀନତା ଦିବସ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live )ବିଡିପୁରସ୍ଥିତ ତେନ୍ତୁଳିଆ ଶାସନ ଦେଵସ୍ଥାନ ମହାବିଦ୍ୟାଳୟ  ବିଦ୍ୟାଳୟ ରେ ଅଧକ୍ଷ ଶ୍ରୀ ଚିଂନ ବଦ୍ରି ନାରାୟଣ ପାତ୍ର ଙ୍କ ପୌରହିତ ରେ  78 ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଅଛି  ଉକ୍ତ ଉତ୍ସବରେ  ଅଧକ୍ଷ  ଶ୍ରୀ ପାତ୍ର ପତାକା ଉତ୍ତୋଳନ  କରିଥିଲେ  ଏବଂ  ତାଙ୍କ ବକ୍ତବ୍ୟରେ ଭାରତର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ର  ଅବଦାନର  ସ୍ମୁତିଚାରଣ  କରିଥିଲେ |ସ୍ୱାଧୀନତା  ଦିବସ ଉପଲକ୍ଷେ  ଆୟୋଜିତ  ଓଡ଼ିଆ ବକୃତା ,ଇଂରାଜୀ ବକୃତା ଓ ଦେଶାତ୍ମକବୋଧ  ନୃତ୍ୟ ପ୍ରତିଯୋଗିତାରେ  କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା |ଉକ୍ତ ଉତ୍ସବରେ ସମର ଶିକ୍ଷାର୍ଥୀ ବାହିନୀ ମାନଙ୍କ  ପ୍ୟାରେଡ଼ ର ଦୃଶ୍ୟ  ସମସ୍ତଙ୍କୁ ଆକର୍ଷିତ କରିଥିଲା |ଉକ୍ତ ଉତ୍ସବରେ  ସମାର   ଶିକ୍ଷାର୍ଥୀ ବାହିନୀର  ଅଧିକାରୀ କ୍ୟାପଟେନ ଦୀପକ କୁମାର ନାୟକ ,ଇକାକ  ସଂଯୋଜକ  ଡ଼ଃ  ଯଶୋବନ୍ତ  ପାନ ,  ଖେଳ ତଥା ଯୋଗ ଶିକ୍ଷକ ଶ୍ରୀ ପ୍ରାଣକୃଷ୍ଣ ଗୌଡ଼ ,ଜାତୀୟ ସେବା ଯୋଜନାର ଅଧିକାରୀ  ଶ୍ରୀ ସୁଧୀର କୁମାର ପଟନାୟକ ଓ ରାସାୟନିକ  ବିଜ୍ଞାନ ବିଭାଗର କର୍ମଚାରୀ  ଶ୍ରୀ ବଟେଶ୍ୱର ପଣ୍ଡା ସହଯୋଗ କରିଥିଲେ ଏବଂ  ମହାବିଦ୍ୟାଳୟର  ସମସ୍ତ କର୍ମଚାରୀ  ଯୋଗଦେଇଥିଲେ | ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ ବଣ୍ଟନ କରି  ଉତ୍ସାହିତ କରାଯାଇଥିଲା  ଏବଂ ଅଧକ୍ଷ ଙ୍କ ନିର୍ଦେଶ କ୍ରମେ  ସମସ୍ତ କର୍ମଚାରୀ ଓ ସ୍ୱେଚ୍ଛାସେବୀ ବୃକ୍ଷରୋପଣ କରିଥିଲେ |

Post a Comment

أحدث أقدم
Header ADS