BREAKING
Loading...
:

ସ୍ଵାଧୀନତା ଦିବସ ପାଳନ ସହ ସ୍ଵତନ୍ତ୍ର ବୃକ୍ଷ ରୋପଣ ସେବା ଶିବିର


 ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live)୧୬.୦୮.୨୦୨୪ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ବ୍ଳକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ୭୮ତମ ସ୍ବାଧିନତା ଦିବସ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ପୌରୋହିତ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା, କଲେଜ କର୍ମଚାରୀ, ବହୁ  ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ , ସ୍ବେଚ୍ଛାସେବୀ ଉପସ୍ଥିତ ରହିଥିଲେ । ପରେ ପରେ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନେ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତ୍ଵରାନିତ କରିଥିଲେ । ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଶ୍ରୀମତୀ ସୂଜାତା ରାଣୀ ପଣ୍ଡା ବୃକ୍ଷ ରୋପଣ ଦିଗରେ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଗଣେଶ ସାହୁ ଏବଂ ଶ୍ରୀଯୁକ୍ତ ସୌମ୍ୟ ମହୋଦୟ, ଶ୍ରୀଯୁକ୍ତ ସୁନିଲ କୁମାର ମୁନି ପ୍ରମୁଖ ବୃକ୍ଷ ରୋପଣ ସ୍ଵତନ୍ତ୍ର ସେବା ଶିବିର ପରିଦର୍ଶନ କରି ସ୍ବେଛାସେବୀଙ୍କ ସହ ବିଭିନ୍ନ ବୃକ୍ଷ ରୋପଣ କରିଥିଲେ ଓ ସେଚ୍ଛାସେବୀଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଚତୁର୍ଥ ଦିବସରେ ୫୦ ରୁ ଉର୍ଦ୍ଧ ଚାରା ରୋପଣ ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଦକ୍ଷତା ନିମିତ ବକୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ନୃତ୍ୟ ପ୍ରଦର୍ଶନ, ସଙ୍ଗୀତ ଗାନ ଇତ୍ୟାଦି କ୍ଷେତ୍ରରେ ସ୍ବେଚ୍ଛାସେବୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ।




ପରବର୍ତ୍ତୀ ପର୍ଯ୍ୟାୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ କର ପୈଠ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ରାୟ ପରିବହନ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ସୂଚନା ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି ସଡ଼କ ସୁରକ୍ଷା ଆଇନ, କର ପୈଠ ର ସରଳୀକରଣ ଇତ୍ୟାଦି ବିଷୟରେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ କାଉନସିଲର ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ ପରିଚାଳନା କରିଥିଲେ ।  ଶ୍ରୀ ଶ୍ରୀକାନ୍ତ ପାତ୍ର, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ଡି.ଇ.ଓ ଶ୍ରୀ ସରୋଜ କୁମାର ନାୟକ ସମେତ ଆଲୁମିନି ସମ୍ପାଦକ ବିଭୂତି ଭୂଷଣ ନାୟକ ଓ ସମୀର ରଞ୍ଜନ ପାତ୍ର ଉପସ୍ଥିତ ଥିଲେ ।ଶେଷରେ ଅଧ୍ୟାପକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

أحدث أقدم
Header ADS