BREAKING
Loading...
:

ଟି. ଏସ. ଡି ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ତେନ୍ତୁଳିଆ ଶାସନ ଦେବସ୍ଥ।ନ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ କ୍ରମେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଚୀନଂ ବଦ୍ରିନାରାୟଣ ପାତ୍ରଙ୍କ ଅଧକ୍ଷାତାରେ ଜାତୀୟ କ୍ରୀଡା ଦିବସ ପାଞ୍ଚଦିନ ଧରି   ମହାସମାରୋହରେ ପାଳିତ ହୋଇଛି ,ଏହି ଦିବସରେ  ଫୁଟବଲ ,ଲେମ୍ଭୁ ଚାମଚ ,ଖୋ-ଖୋ ,ପ୍ଳାଙ୍କ ଚାଲେଞ୍ଜ ,ଟଗ ଅଫ ୱାର  ,ଦୌଡ଼ି ଡିଆଁ ,ଚେସ ପ୍ରଭୁତି  ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା | ଉକ୍ତ ଉଛବରେ କ୍ରୀଡା ସଂସଦର ଉପସଭାପତି ଡକ୍ଟର ଭଞ୍ଜ କିଶୋର ରଣା ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିଲେ ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ତ୍ରିପାଠୀ, ଶୈଖିକ ଅଧିକାରୀ ଶ୍ରୀ ଅଲେଖ ଚନ୍ଦ୍ର ଘଡ଼ାଇ,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ କାପଟନ ଦୀପକ କୁମାର ନାୟକ, ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀ ସୁଧୀର କୁମାର ପଟ୍ଟନାୟକ, ଯୋଜନା ଅଧିକାରିଣୀ ଶ୍ରୀମତୀ ସୁଶ୍ରୀ ସଂଗୀତା ମହାପାତ୍ର ଏବଂ ଅଧ୍ୟାପିକା ମିନତୀ କୁମାରୀ ସ୍ୱାଇଁ ସନମାନିତ ଅଥିତି ଭାବେ ଯୋଗଦେଇଥିଲେ l ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ପ୍ରାଣକୃଷ୍ଣ ଗୌଡ଼ଙ୍କ ତତ୍ୱାବଧାନରେ ତିନିଶହରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ଭାଗନେଇଥିଲେ ଏବଂ ପନ୍ଦରଶହରୁ  ଅଧିକ ଛାତ୍ରଛାତ୍ରୀ ଏକତ୍ରିତ ହୋଇ  ବିଭିନ୍ନ ଖେଳର  ପ୍ରତିଯୋଗି ଏବଂ ପ୍ରତିଯୋଗିନୀ ମାନଙ୍କୁ ଉଛl ହିଁତ କରିଥିଲେ l ଶେଷରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା  |ଅଧ୍ୟାପକ ସୁକାନ୍ତ କୁମାର ପଣ୍ଡା ,ଅଧ୍ୟାପକ ଡ଼ଃ  ଯଶୋବନ୍ତ ପାନ ଓ ଅଧ୍ୟାପକ  ବସନ୍ତ କୁମାର ଶତପଥୀ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ | ପରିଶେଷରେ ଅଧ୍ୟାପିକା ମିନତୀ କୁମାରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ |

Post a Comment

أحدث أقدم
Header ADS