ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-୦୫.୦୯.୨୦୨୪ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଗୁରୁ ପୂଜନ ଦିବସ ପାଳିତ ହୋଇଯାଇଛି । ଆଇ.କ୍ୟୁ.ଏସି ସଂଯୋଜକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ଉକ୍ତ ଦିବସରେ କଲେଜ ପରିଚାଳନା କମିଟି ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବେଣୁଧର ସାବତ ଯୋଗଦେଇ ମହାନ ଗୁରୁ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ରାଧାକ୍ରିଷ୍ଣନଙ୍କ ଆଦର୍ଶ ମହନୀୟତା ଓ ଗୁଣାବଳି ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରି ପ୍ରାଚ୍ୟ ସଂସ୍କୃତିର ଆଦର୍ଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ସୁଶ୍ରୀ ସୋନୁ ବେହେରା ଏବଂ ସୁଶ୍ରୀ ସ୍ନେହଲତା ନାୟକ ଗୁରୁ ବନ୍ଦନା ଗାନ କରିଥିଲେ ।
ଦିବସର ମହତ୍ତ୍ଵ ଓ ଉଦ୍ଦେଶ୍ୟ ସମ୍ପର୍କରେ ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ ତଥ୍ୟ ପ୍ରଦାନ କରିଥିଲେ । "ମା ଓ ବାପା" ପ୍ରଥମ ଓ ଦ୍ବିତୀୟ ଗୁରୁଙ୍କ ସାନିଧ୍ୟ ପରେ ତୃତୀୟ "ଶିକ୍ଷାଗୁରୁଙ୍କ" ଆଶୀର୍ବାଦ ଫଳରେ ଜୀବନ ସରସ ଓ ସୁନ୍ଦର ହୋଇ ଥାଏ ବୋଲି ଅବସରପ୍ରାପ୍ତ ଅର୍ଥନୀତି ଅଧ୍ୟାପକ ଡ଼ଃ ବିନୋଦ କୁମାର ଦାଶ ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ଶ୍ରୀକାନ୍ତ ପାତ୍ର, ଶ୍ରୀ ପଞ୍ଚାନନ ପଲାଇ ଓ ଅଧ୍ୟାପିକା ଶ୍ରୀମତୀ ସୁଚରିତା କର ଗୁରୁ ଦିବସର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ସଭାପତିତ୍ବ ଅଭିଭାଷଣରେ ଡ଼ଃ ଚୌଧୁରୀ ପ୍ରାଚୀନ ଗୁରୁ ପରମ୍ପରା ସହ ଆଧୁନିକ ଶିକ୍ଷା ପଦ୍ଧତି, ଶିକ୍ଷକ ଓ ଶିକ୍ଷାୟତନର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଛାତ୍ର ଶୁଭମ୍ ମହାନ୍ତି ଅନ୍ତିମ ସଙ୍ଗୀତ ଗାନ କରିଥିଲେ । ପରିଶେଷରେ ଅଧ୍ୟାପକ ଶତପଥି ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ବେଚ୍ଛାସେବୀ ଶୋଭନ ସାହୁ, ରାଜେନ୍ଦ୍ର ନାୟକ, ନୀଳାଚଳ ପ୍ରଧାନ, ଚନ୍ଦନ ଗୌଡ଼, କାମେଶ୍ୱର ଗୌଡ଼, ଓମ୍ ପ୍ରକାଶ ପ୍ରଧାନ, ସନ୍ତୋଷ ରଥ ପ୍ରମୁଖ ସହଯୋଗ କରିଥିଲେ ।

إرسال تعليق