BREAKING
Loading...
:

ଭଞ୍ଜନଗର ରେ ୫୩ତମ ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମିଳନୀ

 


ଭଞ୍ଜନଗର(ନୀଳଚକ୍ର Live)ଭଞ୍ଜନଗର ସ୍ଥିତ ଡିହପଢାଳ ସରସ୍ବତୀ ଶିଶୁ ମନ୍ଦିର ଠାରେ ୫୩ ତମ ରାଜ୍ୟ ସ୍ତରୀୟ ଆଇନଜୀବି ସମ୍ମିଳନୀ ଉଦଘାଟିତ ହୋଇଯାଇଛି।ଅଲ ଓଡିଶା ଓକିଲ ସଂଘ ସଭାପତି ମାନସ ରଞ୍ଜନ ମହାପାତ୍ରଙ୍କ  ଏଥିରେ ଅଧ୍ୟକ୍ଷତା କରିଥଲେ।ଭଞ୍ଜନଗର ଓକିଲ ସଂଘ ର ସଦସ୍ୟ ତଥା ରିଶିପସନ୍ କମିଟି ର ଅଧକ୍ଷ ମାନ୍ୟବର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟଅତିଥି ଭାବେ ହାଇକୋର୍ଟ ବିଚାରପତି ଭି. ନରସିଂହ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। 





ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ ସଂଖ୍ୟକ ଆଇନଜୀବି ଆସି ଯୋଗ ଦେଇଛନ୍ତି।ଏହି ଅବସରରେ କାର୍ଯ୍ୟରତ ଆଇନଜୀବୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା,ସାଧାରଣ ବୀମା,ପେନସନ ଭଳି ବିଭିନ୍ନ ଦାବି ସରକାରଙ୍କ ନିକଟରେ ରଖାଯାଇଛି ଦାବି ପୂରଣ ହେଲେ ଆଇନଜୀବି ମାନେ ଉପକୃତ ହେବେ ବୋଲି ଅଲ ଓଡିଶା ବାର କାଉନସିଲର ସଭାପତି କହିଛନ୍ତି। ଆଇନଜୀବୀଙ୍କ କଲ୍ୟାଣ ପାଣ୍ଠି କୁ ରାଜ୍ୟ ସରକାର 5 କୋଟି ରୁ 10 କୋଟି ବର୍ଦ୍ଧିତ କରା ଯାଇଥିବା ଯୋଗୁଁ ଆଇନଜୀବୀ ମାନଙ୍କ ତରଫରୁ ମାନ୍ୟବର ଓଡିଶା ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।ଓକିଲ ମାନଙ୍କର କାର୍ଯ୍ୟଶୈଳୀ ଓ ସଠିକ ତଥ୍ୟ ଉପସ୍ଥାପନ କରି ବିଚାର କ୍ଷେତ୍ରରେ ଜଜ୍ ଙ୍କୁ ସହଯୋଗ କରିବା ପାଇଁ ହାଇକୋର୍ଟର ବିଚାରପତି କହିଛନ୍ତି। 


ଭଞ୍ଜନଗର ର ବରିଷ୍ଠ ଆଇନଜୀବି ବିଜୟ କୁମାର ପାତ୍ର, ଗୋପାଳ କୃଷ୍ଣ ପ୍ରଧାନ ଓ ସୋମନାଥ ନାୟକଙ୍କ ସମେତ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କୁ ସମ୍ଭର୍ଦ୍ଧିତ କରା ଯାଇଥିଲା।ଏହି ସହ ଅତିଥିମାନଙ୍କ ଦ୍ଵାରା ଦି’ଲୟର ପୁସ୍ତିକାର ଉନ୍ମୋଚନ କରାଯାଇଛି ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଓକିଲ ସଂଘର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ, ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ,ଏଓଏଲଏ’ର କାର୍ଯ୍ୟକାରୀ ସଭାପତି ଜ୍ୟୋତି ରଥ,କାର୍ଯ୍ୟକାରୀ ସମ୍ପାଦକ ବିକାଶ ଦାସ,ବାର କାଉନ୍ସିଲ ସଦସ୍ୟ ପୀତବାସ ପଣ୍ଡା, ସମ୍ପାଦକ ଅନୀଲ କୁମାର ପରିଡ଼ା , ନିରାକାର ସାହୁ,ଭଞ୍ଜନଗର ଓକିଲ ସଂଘର ସମସ୍ତ ଆଇନଜୀବି ସହଯୋଗ କରିଥଲେ।ଆଇନଜୀବି ରବି ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

ସନ୍ଧ୍ୟା ରେ କଟକ ର ଗୀତସାଗର ଅରକେଷ୍ଟ୍ରା ତରଫରୁ ଓଡ଼ିଶାର ସୁନାମଧନ୍ୟା ଗାୟିକା ସଞ୍ଜୁ ମହାନ୍ତି,ଓ ଅଞ୍ଜଳି ଓ ତାଙ୍କ ଗ୍ରୁପ୍ ଗୀତ ପରିବେଷଣ କରିଥିଲେ।






Post a Comment

أحدث أقدم
Header ADS