BREAKING
Loading...
:

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୯ତମ ବାର୍ଷିକ ଉତ୍ସବ


ଜଗନ୍ନାଥ ପ୍ରସାଦ (ନୀଳଚକ୍ର ଲାଇଭ)- ଜଗନ୍ନାଥ ପ୍ରସାଦ ଅଂଚଳ ର ସର୍ବ ପୁରାତନ ଅଗ୍ରଣୀ ଶିକ୍ଷା କେନ୍ଦ୍ର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ୨୯ତମ ବାର୍ଷିକ ଉତ୍ସବ ଶିକ୍ଷା କେନ୍ଦ୍ର ସଭାପତି କୈଳାସ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ୟ ରେ ମହାସମାରୋହରେ ପାଳନ ହୋଇ ଯାଇଛି । ଶିକ୍ଷା କେନ୍ଦ୍ର ର ତୋଫାନ ଭାଇ ମଞ୍ଚ ପରିଚାଳନା କରୁଥିଲେ।


ଜଗନ୍ନାଥ ପ୍ରସାଦ ବିଡିଓ ମନ୍ମଥ ନାଥ ମଲ୍ଲିକ ମୂଖ୍ୟ ଅତିଥି ରୁପେ ଯୋଗ ଦେଈ ପ୍ରଦୀପ ପ୍ରଯୋଳନ କରି ବାର୍ଷିକ ଉତ୍ସବ ର ଶୁଭାରମ୍ଭ କରିଥିଲେ। ମୁଖ୍ୟବକ୍ତା ଭାବେ ମାତୃ ପ୍ରେମୀ ତଥା ଭଞ୍ଜନଗର କେ ଏସ ଊ ବି ମହାବିଦ୍ୟାଳୟର ପୁର୍ବତନ ଅଧକ୍ଷ କୃତିବାସ ବିଶ୍ଵାଳ,ସମ୍ମାନୀତ ଅତିଥି ରୂପେ ଓଡ଼ିଆ ଅଧ୍ୟାପକ ସୁନୀଲ କୁମାର ମୁନି, ଶିକ୍ଷା କେନ୍ଦ୍ର ଉପସଭାପତି ତଥା ଆଇନଜୀବୀ ନିରାକାର ସାହୁ, ପୁର୍ବତନ ସଭାପତି ଭାସ୍କର କୁମାର ମହାପାତ୍ର,ଜଗନ୍ନାଥ ପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ଶିକ୍ଷା କେନ୍ଦ୍ର ସମ୍ପାଦକ ମହେନ୍ଦ୍ର କୁମାର ପଣ୍ଡା, ଅଧ୍ୟକ୍ଷା ଗୀତା ଅପା, ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଚରିତ୍ର ଗଠନ ଓ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ।


ସୁଶାନ୍ତ ଭାଇ, ଇତି ଅପା, ସୁଜାତା ଅପା,ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳିତ ହୋଇ ଥିଲା। କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ବହୁ ଅଭିଭାବକ ଯୋଗ ଦେଈ ଥିଲେ।

Post a Comment

أحدث أقدم
Header ADS