BREAKING
Loading...
:

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଗନ୍ନାଥ ପ୍ରସାଦ: (ନୀଳଚକ୍ର Live)-୧୪.୦୮.୨୦୨୫ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଆମ କଲେଜ ଆମ ଗୌରବ, ଜାତୀୟ ସେବା ଯୋଜନା, ଭାରତ ସ୍କାଉଟ ଏଣ୍ଡ ଗାଇଡ ଏବଂ ଯୁବ ରେଡକ୍ରସ୍ ମିଳିତ ଆନୁକୂଲ୍ୟରେ "ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଏକ ବିଶାଳ ପଦଯାତ୍ରାରେ ନିକଟସ୍ଥ ଜଗନ୍ନାଥ ପାଟଣା, ଚାରିକଣିଆ, ଡୁଙ୍ଗାପଲ୍ଲୀ ଗ୍ରାମ ଯାଇ ବିଭିନ୍ନ ସ୍ଲୋଗାନ ସହ ଗ୍ରାମର ଅଧିବାସୀ ମାନଙ୍କୁ ହର ଘର ତ୍ରିରଙ୍ଗାର ବାର୍ତ୍ତା ପ୍ରଦାନ ସହ ଜାତୀୟ ପତାକା ପ୍ରଦାନ କରିଥିଲେ । ପରେ ପରେ କଲେଜ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୂତନ ଜ୍ଞାନ କୌଶଳ ଓ ଉଦ୍ଭାବନ କାର୍ଯ୍ୟକ୍ରମରେ ଯେଉଁ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ରଚନା, ଓଡ଼ିଆ ତର୍କ ଇଂରାଜୀ ତର୍କ, ରଙ୍ଗୋଲି ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା ସେହି କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ଶ୍ରୀ ସାହୁ ପ୍ରମାଣ ପତ୍ର ଏବଂ ପୁରସ୍କାର ବିତ୍ତରଣ କରି ସମ୍ମାନିତ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଆଇ.କ୍ୟୁ.ଏସି ସଂଯୋଜକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ , ଯୁବ ରେଡକ୍ରସ୍ ପରାମର୍ଶଦାତା ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଭାରତ ସ୍କାଉଟ ଏଣ୍ଡ ଗାଇଡ ରେଞ୍ଜର ଅଧ୍ୟାପିକା ସୁନିତା ବିଷୋୟୀ, ଅଧ୍ୟାପକ ବିଭୁତି ଭୁଷଣ ପ୍ରଧାନ, ବିରଞ୍ଚି ନାରାୟଣ ପ୍ରଧାନ, ଅଧ୍ୟାପିକା ଶ୍ରୀମତୀ ସୁଚରିତା କର, ଶ୍ରୀକାନ୍ତ ପାତ୍ର, ପଞ୍ଚାନନ ପଲାଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡି.ଇ.ଓ ସରୋଜ କୁମାର ନାୟକ, ବିଭୂତି ଭୂଷଣ ନାୟକ ଓ କଲେଜର ଅନ୍ୟାନ୍ୟ କର୍ମଚାରୀ, ସ୍ବେଛାସେବୀ ଶୋଭନ ସାହୁ, ସାଇରାମ ପ୍ରଧାନ, ଯଜ୍ଞସେନ ନାୟକ, ଲିପୁ ସାହୁ, ଖିରୋଦ ପ୍ରଧାନ, ସ୍ନେହଲତା ନାୟକ, ତୁଳସୀ ପ୍ରଧାନ, ପ୍ରୀତି ବେହେରା, ନନ୍ଦିନୀ ନାଇକ, ପୁଷ୍ପାଞ୍ଜଳି ପ୍ରଧାନ, ଲକ୍ଷ୍ମୀ ନାଇକ, ଜ୍ୟୋତି ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

أحدث أقدم
Header ADS