BREAKING
Loading...
:

ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ଉପନିର୍ବାଚନ ରେ ବିଜେପି ର ନୀଳାଞ୍ଚଳ ଖିଲାର ବିଜୟୀ


ଜଗନ୍ନାଥ ପ୍ରସାଦ (ନୀଳଚକ୍ର live)- ଗଞ୍ଜାମ ଜିଲା ର ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି,ବିଜେପି ସମର୍ଥିତ ପ୍ରାର୍ଥୀ ତଥା ଜଗନ୍ନାଥ ପ୍ରସାଦ ଓକିଲ ସଙ୍ଘ ର ସଭାପତି ନୀଳାଞ୍ଚଳ ଖିଲାର ନିର୍ବାଚିତ ହୋଇ ଛନ୍ତି। ବ୍ୟକ୍ତିଗତ କାରଣ ରୁ ବିଜେଡି ସମର୍ଥିତ ଉପାଧ୍ୟକ୍ଷ ରଞ୍ଜିତ ପାତ୍ର ପୁର୍ବ ରୁ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ନିଜ ଇସ୍ତଫା ପତ୍ର ଦେବା  ପର ଠାରୁ ଉପାଧ୍ୟକ୍ଷ ପଦବୀ ଖାଲି ପଡିଥିଲା।ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଖେତମୁଣ୍ଡଳି ସମିତି ସଭ୍ୟ ନୀଳାଞ୍ଚଳ ଖିଲାର ବିଜେପି ସମର୍ଥନ ରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ, ସେହିପରି ବିଜେଡି ସମର୍ଥନ ରେ ରାଉତି ସମିତି ସଭ୍ୟା ପଙ୍କଜ କୁମାରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିଲେ।

୨୫ ଗୋଟି ସମିତି ସଭ୍ୟ/ସଭ୍ୟା ମଧ୍ୟରୁ ୧୫ଜଣ ବିଜେପି ସମର୍ଥିତ ପ୍ରାର୍ଥୀ ନୀଳାଞ୍ଚଳ ଖିଲାର କୁ ଭୋଟ ଦେଈ ବିଜୟୀ କରିଥିବା ବେଳେ ୧୦ ଜଣ ବିଜେଡ଼ି ସମର୍ଥିତ ପ୍ରାଥିନୀ କୁ ଭୋଟ ଦେଇଥିଲେ,।

















ପୁର୍ବରୁ ମାତ୍ର ୫ଜଣ ବିଜେପି ସମର୍ଥିତ ପ୍ରାର୍ଥୀ ଥିବା ବେଳେ ମାନ୍ୟବର ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ନେତୃତ୍ୱ ଯୋଗୁଁ ଜଗନ୍ନାଥ ପ୍ରସାଦ ବ୍ଲକ ର ସର୍ବାଙ୍ଗୀନ ଉନ୍ନତି ହେଉଛି ବୋଲି ବିଜେଡ଼ି ର ୧୦ ଜଣ ସମିତି ସଭ୍ୟ/ସଭ୍ୟା ବିଜେପି ସମର୍ଥିତ ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଥିଲେ ଓ ବିଜୟୀ କରିଥିଲେ। ଜଗନ୍ନାଥ ପ୍ରସାଦ ବ୍ଲକ ର ସର୍ବାଙ୍ଗୀନ ଉନ୍ନତି ପାଇଁ ପଦକ୍ଷେପ ନେବେ ବୋଲି ନବ ନିର୍ବାଚିତ ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଖିଲାର କହିଛନ୍ତି। ନିର୍ବାଚନ ଅଧିକାରୀ ରୂପେ ବୁଗୁଡ଼ା ବିଡିଓ ଦୂତିକୃଷ୍ଣ ପାତ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ଓ  ଜଗନ୍ନାଥ ପ୍ରସାଦ ବିଡିଓ ମନ୍ମଥ ନାଥ ମଲ୍ଲିକ ସହାୟତା କରିଥିଲେ।ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।


Post a Comment

أحدث أقدم
Header ADS