BREAKING
Loading...
:

ମା କରଂଜେଇ ଫୋଟୋ ଏବଂ ଭିଡ଼ିଓ ଗ୍ରାଫର ଆସୋସିଏସନ ନୂତନ ଭାବେ ଗଠନ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-ଜଗନ୍ନାଥ ପ୍ରସାଦ ଠାରେ ମା କରଂଜେଇ ଫୋଟୋ ଏବଂ ଭିଡ଼ିଓ ଗ୍ରାଫର ଆସୋସିଏସନ ନୂତନ ଭାବେ ଗଠନ କରାଯାଇଛି।ଆଜିର ଅତ୍ୟାଧୁନିକ ଦୁନିଆରେ ବାହାଘର ହେଉ କିମ୍ବା ବ୍ରତ ପ୍ରତ୍ୟେକ ଖୁସିର ମୁହୂର୍ତ୍ତ କିମ୍ବା ଅନୁଷ୍ଠାନରେ ଫୋଟୋ, ଭିଡ଼ିଓ କରିବାର ଚାହିଦା ବଢ଼ିବାରେ ଲାଗିଛି।ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ପ୍ରସାଦ ର ଭିଡ଼ିଓଗ୍ରାଫର ଭାଇ ମାନଙ୍କ ଦ୍ୱାରା 'ମା କରଂଜେଇ ଭିଡ଼ିଓଗ୍ରାଫର ଆସୋସିଏସନ' ନାମକ ଏକ ସଂଘ ଗଠନ କରାଯାଇଛି।ଏହି ସଂଘ ର ଉଦ୍ଦେଶ ହେଲା ସମସ୍ତ ଗ୍ରାହକଙ୍କୁ ଉନ୍ନତମାନର ଫୋଟୋ, ଭିଡ଼ିଓ ଯଥା:- କରିସ୍ମା, କ୍ୟାନଭାସ, ସିନେମାଟିକ, ପୋଷ୍ଟ ୱେଡିଙ୍ଗ, ପ୍ରି ୱେଡିଙ୍ଗ, ଆଲବମ, ପାସଫୋଟୋ, ଇତ୍ୟାଦି ସମସ୍ତ ଜିନିଷ ସଠିକ ମୂଲ୍ୟରେ  ଯୋଗାଇ ଦେବା ।

ସମସ୍ତ ସଭ୍ୟଙ୍କ ସମ୍ମତ କ୍ରମେ ସଭାପତି ଭାବେ  ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପ ସଭାପତି ରୂପେ  ସୌମ୍ୟରଂଜନ ଗୌଡ଼, ସେକ୍ରେଟାରି ଭାବେ  ରାଜେନ୍ଦ୍ର କୁମାର ସାହୁ, ଉପଦେଷ୍ଟା ଭାବେ  ପ୍ରଦୀପ କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଭାବେ  ଚିନ୍ମୟ କୁମାର ତ୍ରିପାଠୀ, ଏବଂ ସହ ସମ୍ପାଦକ ଭାବେ ଗୋଲକ ସାହୁ ଙ୍କୁ ମନୋନୀତ ହୋଇଛନ୍ତି।

Post a Comment

أحدث أقدم
Header ADS