BREAKING
Loading...
:

ପୁର୍ବତନ ସମିତି ସଭ୍ୟ ଗୌରାଙ୍ଗ ପଟ୍ଟନାୟକ ଙ୍କ ଅକାଳ ବିୟୋଗ ରେ ଗଭୀର ଶୋକ


ଜଗନ୍ନାଥ ପ୍ରସାଦ (ନୀଳଚକ୍ର live) ଜଗନ୍ନାଥ ପ୍ରସାଦ ବ୍ଲକ, ଛାମୁଣ୍ଡା ଗ୍ରାମ ପଞ୍ଚାୟତ ର ପୁର୍ବତନ ସମିତି ସଭ୍ୟ ବିଜେଡି ର ଯୁବ ନେତା ଓ ସମାଜ ସେବୀ  ଗୌରାଙ୍ଗ ପଟ୍ଟନାୟକ ଙ୍କ  ବୁଧବାର ଦିନ ଅକାଳ ବିୟୋଗ ଘଟିଛି l  ତାଙ୍କର ବିୟୋଗ ଯୋଗୁ ସାରା ବ୍ଲକ ର ସମସ୍ତ ବର୍ଗର ଲୋକେ ଗଭୀର ଶୋକ ପ୍ରକାଶ କରିଛନ୍ତି l ସେ ଜଗନ୍ନାଥ ପ୍ରସାଦ ବ୍ଲକ ର ଜଣେ ବରିଷ୍ଟ ଯୁବ ବିଜୁ ଜନତା ଦଳର କର୍ମୀ ଭାବରେ ଭାରି ଆଦର ପାଇ, ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି l ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ମାଆ ଜଣେ ପରୋପକାରୀ ମହିଳା କିନ୍ତୁ ବାପା ମା ଙ୍କ ଜୀବିତ ଅବସ୍ଥାରେ ଗୌରାଙ୍ଗ ପଟ୍ଟନାୟକ ଙ୍କ ପରୋଲୋକ କୁ ନେଇ ପରିବାର ଲୋକ ବହୁତ୍ ଭାଙ୍ଗି ପଡିଛନ୍ତି lଅନ୍ତିମ ସଂସ୍କାର ସମୟର ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଜଗନ୍ନାଥ ପ୍ରସାଦ ବ୍ଲକ ପୂର୍ବତନ ବ୍ଲକ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ବିଜେଡି ନେତା  ବସନ୍ତ କୁମାର ପ୍ରଧାନ, ଛାମୁଣ୍ଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶର୍ମିଷ୍ଠା ମଲ୍ଲିକ, ସମାଜସେବୀ ବିଜୟ ଗୌଡ଼,ପ୍ରସନ୍ନ ସାହୁ,ସୁକାନ୍ତ କୁମାର ପ୍ରଧାନ ଏବଂ ଗ୍ରାମର ବହୁ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ତାଙ୍କର ମୃତ ଶରୀରକୁ ଶ୍ମଶାନ ଅଭିମୁଖେ ନେଇଥିଲେ

Post a Comment

أحدث أقدم
Header ADS