BREAKING
Loading...
:

ସାଧାରଣ ତନ୍ତ୍ର ଦିବସ ୨୦୨୬ ଦିଲ୍ଲୀ ରେ ସଫଳତା ଲାଭ କରିଥିବା କ୍ୟାଡେଟ୍ ସୌମ୍ୟ ରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live): ନୂଆଦିଲ୍ଲୀରେ ଆୟୋଜିତ ସାଧାରଣ ତନ୍ତ୍ର ଦିବସ କ୍ୟାମ୍ପ (ଆର୍‌ଡିସି) ୨୦୨୬ରେ ଅଂଶଗ୍ରହଣ କରି ଫ୍ଲାଗ୍ ଏରିଆ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଟିଏସ୍‌ଡି କଲେଜ, ବିଡି ପୁରର କ୍ୟାଡେଟ୍ ସୌମ୍ୟ ରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି।ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଚି ନଂ.ବଦ୍ରି ନାରାୟଣ ପାତ୍ର ମହୋଦୟ ତାଙ୍କୁ ପୁଷ୍ପଗୁଚ୍ଛ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣ ଶୈଖିକ କର୍ମଚାରୀ ଓ ସମର ଶିକ୍ଷାର୍ଥୀ ବାହିନୀ ର କ୍ୟାଡେଟ୍‌ ମାନେ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।ଦୀର୍ଘ ସାତ ବର୍ଷ ପରେ ଟିଏସ୍‌ଡି ମହାବିଦ୍ୟାଳୟ , ବିଡି ପୁରରୁ  ଅଧ୍ୟକ୍ଷ ଶ୍ରୀ ପାତ୍ର ମହୋଦୟ ଙ୍କ ବଳିଷ୍ଠ ନେତୃତ୍ୱରେ ଜଣେ କ୍ୟାଡେଟ୍ ଆର୍‌ଡିସିରେ ଅଂଶଗ୍ରହଣ କରିଥିବାରୁ ଏହା ମହାବିଦ୍ୟାଳୟ ସହିତ ସମଗ୍ର ଜଗନ୍ନାଥ ପ୍ରସାଦ ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି କହିଥିଲେ। ଅଧ୍ୟକ୍ଷ ଶ୍ରୀ ପାତ୍ର ଏହି ସଫଳତା ପାଇଁ କ୍ୟାଡେଟ୍‌ଙ୍କୁ ସାଧୁବାଦ ଜଣାଇବା ସହ ଭବିଷ୍ୟତରେ ଅଧିକ ସଂଖ୍ୟାରେ କ୍ୟାଡେଟ୍‌ମାନେ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପ୍ରେରିତ କରିଥିଲେ।

Post a Comment

أحدث أقدم
Header ADS