BREAKING
Loading...
:

ତିନି ଦିନ ବ୍ୟାପି ଭାଗବତ ପ୍ରବଚନ କାର୍ଯ୍ୟକ୍ରମ


ଭଞ୍ଜନଗର(ନୀଳଚକ୍ର Live)କଳିଙ୍ଗନଗର ପ୍ରଥମ ଗଳି,ମାଷ୍ଟର କଲୋନୀ ସାହି ବାସୀଙ୍କ ସହଯୋଗରେ ଏକ ତିନିଦିନିଆଁ ଭାଗବତ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ କୁରାଳ  ମଠର ମହନ୍ତ ଶ୍ରୀ ଦଧିବାମନ ଦାସଜୀ ମହାରାଜ ପ୍ରବକ୍ତା ଭାବେ ଯୋଗ ଦେଇ ଗତ ତା-14/06/2023 ଠାରୁ 16/06/2023 ରିଖ  ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ବ୍ୟାପି ଭାଗବତ ବାଣୀ ସୁଣା ଇଥିଲେ l ପ୍ରତ୍ୟୋକ ସନ୍ଧ୍ୟା 6 ଘଣ୍ଟ 30 ମି. ଠାରୁ 9ଘଣ୍ଟ 30 ମି. ପର୍ଯ୍ୟନ୍ତ ପ୍ରବଚନ  ଶ୍ରବଣ ସହିତ ଶ୍ରୋତା ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା l

ତବଲା ଵାଦକ ଭାବେ ଶ୍ରୀ ରମେଶ ଚନ୍ଦ୍ର ବିଷୋୟୀ ଏବଂ କେସିଓ ବାଦକ ଭବେ ଶ୍ରୀ ହାଡୁବନ୍ଧୁ ବିଷୋୟୀ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା ପାଇଁ ସାହିର ଶ୍ରୀ କାନ୍ହୁ ଚରଣ ଗୌଡ଼, ଶ୍ରୀ ଧୋବା ପ୍ରଧାନ, ଶ୍ରୀ କାମେଶ୍ୱର ପ୍ରଧାନ, ଶ୍ରୀ କୁମାର ଜେନା, ଶ୍ରୀ ପ୍ରମୋଦ କୁମାର ଗୌଡ଼, ଶ୍ରୀ ବାଳକୃଷ୍ଣ ନାୟକ, ଶ୍ରୀ ରାମ ପ୍ରସାଦ ପଟ୍ଟନାୟକ, ଶ୍ରୀ ରାମେଶ ଚନ୍ଦ୍ର ମହାପାତ୍ର, ଶ୍ରୀ ପ୍ରଦୀପ କୁମାର ସେଠୀ , ଶ୍ରୀ ଗଙ୍ଗାଧର ନାୟକ, ଶ୍ରୀ ଅଶୋକ କୁମାର ବେହେରା, ଶ୍ରୀ ଦୁର୍ଗା ପ୍ରସାଦ ଶତପଥୀ ଓ ଶ୍ରୀ ଦିଗାମ୍ବର ନାୟକ ସହ ସମସ୍ତ ସାହି ବାସିନ୍ଦା ସହଯୋଗ କରିଥିଲେ  l

ପ୍ରତ୍ୟହ ହନୁମାନ ଚାଳିଶା ପାଠରେ ଶ୍ରୀ ବନମାଳୀ ଗୌଡ଼ ସହଯୋଗ କରିଥିଲେ l ଅଞ୍ଚଳର ସମସ୍ତଙ୍କ ପ୍ରିୟ ଶ୍ରୀ ଶୁଳପାଣି ସାତପଥୀ ମହୋଦୟ ସର୍ବ ଶେଷରେ କୀର୍ତ୍ତନରେ ସହଯୋଗ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ସବୁ ଶେଷରେ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟକ ବର୍ଷ କରାଯିବ ବୋଲି ମାଷ୍ଟର କଲୋନୀ ବାସି କହିବା ସହ ସମସ୍ତଙ୍କ ଶହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

Post a Comment

أحدث أقدم
Header ADS